News by Smruti Ranjan Tripathy (Cuttack)

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

News by Smruti Ranjan Tripathy (Cuttack)

#ଆଠଗଡ଼(ଏନ୍‌.ଏମ୍‌.): କଖଡ଼ି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ମିଶନଶକ୍ତି ସଦସ୍ୟାମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ଅନ୍ତର୍ଗତ ଗୋଷ୍ଠୀ ସହାୟିକା ସଦସ୍ୟାମାନଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି । ଏହି ବୈଠକରେ କଖଡି ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଛତାର ଯୋଗଦେଇ ମିଶନ ଶକ୍ତି ଉପରେ ପ୍ରାକ୍ ସୂଚନା ଦେଇଥିଲେ । ବିଜୁ ଜନତା ଦଳ କଖଡି ସଭାପତି ରଞ୍ଜନ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ତଥା ୩ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କଖଡି ଗ୍ରାମପଞ୍ଚାୟତ ସରପଞ୍ଚ କଳ୍ପନା ଛତାର ଯୋଗଦେଇ ଥିଲେ ମିଶନଶକ୍ତି ମହିଳାମାନଙ୍କ ବିକାଶର ଏକ ମାଧ୍ୟମ ବୋଲି କହିଥିଲେ । ମହିଳାମାନଙ୍କୁ ସଶକ୍ତିକରଣ କରିବା କ୍ଷେତ୍ରରେ ମିଶନଶକ୍ତି ବେଶ ଫଳପ୍ରଦ ହୋଇଛି ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସେଠୀ, ମିଶନ ଶକ୍ତି ଅଧିକାରୀ ପଙ୍କଜ କୁମାର ବେହେରା, ବ୍ରହ୍ମପୁର ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ରଞ୍ଜିତ କୁମାର ରାଉତ, କଖଡି ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ମହାନ୍ତି, ନୃସିଂହ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ମିଶନ ଶକ୍ତି ମାଧ୍ୟମରେ ନାରୀମାନେ କିଭଳି ଭାବରେ ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋକପାତ କରିଥିଲେ । ଏଥିରେ ମହିଳା ମହାସଂଘ ର ସଭାପତି , ସମ୍ପାଦକ, ଏମବିକେ, ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତଥିଲେ ।

By admin

Leave a Reply

Your email address will not be published. Required fields are marked *