କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା

କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ (ଏନ୍‌.ଏମ୍‌.): ପୂର୍ବତନ ରାଜ୍ୟ ଯୁବ ଜନତା ଦଳର ସାଧାରଣ ସଂପାଦକ ଅଶି ଦଶକର ଲଢୁଆ ଛାତ୍ର ନେତା ଆଇନଜୀବୀ ସତ୍ୟ ମହାନ୍ତି ଏବଂ କଟକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଫିରୋଜ ଖୁଣ୍ଟିଆ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେଲଟର ଛକ ସ୍ଥିତ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଇଂ. ମୋକିମ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ଦେଇ ଦଳକୁ ଆଗମନ କରିଥିବା ସମସ୍ତ ନେତା ଓ କର୍ମୀଙ୍କ ସ୍ୱାଗତ କରିଥିଲେ । କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଧାୟକ ମୋକିମଙ୍କ ନେତୃତ୍ୱ ପ୍ରତି ଦୃଢ ଆସ୍ଥା ରଖି କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । ଚଳିତ ପୌର ନିର୍ବାଚନରେ ମେୟର ଓ କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ଜୋରଦାର ପ୍ରଚାର କାର୍ଯ୍ୟରେ ସହଯୋଗ କରିବାକୁ ଶ୍ରୀ ମହାନ୍ତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ତଥା ମେୟର ପ୍ରାର୍ôଥନୀ ଗିରିବାଳା ବେହେରା, ୫୪ ନମ୍ବର କର୍ପୋରେଟର ପ୍ରାର୍ଥୀ ହିମାଂଶୁ ଶେଖର ସାହୁ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବରିଷ୍ଠ କଂଗ୍ରେସ ନେତା ମଜୀଦ ଖାନ, ପ୍ରଦୋଷ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ବହୁ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ମଧ୍ୟ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *