ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନର ଉଦ୍ଘାଟନ

ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନର ଉଦ୍ଘାଟନ


କଟକ (ଏନ୍‌.ଏମ୍‌.): ଓଡ଼ିଶାର ଆଡଭୋକେଟ୍ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ଆଜି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ୍‌. ମୁରଲୀଧର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ । ଉଦ୍ଘାଟିତ ହୋଇଥିବା ଇ-ସେବା କାର୍ଯ୍ୟ ମଧ୍ୟରେ ଅଛି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଓକିଲମାନଙ୍କ ପାଇଁ ଇ-ଫାଇଲିଂ ଷ୍ଟେସନ୍‌/ଓଡ଼ିଶା ହାଇକୋର୍ଟ ରେକର୍ଡରୁମ୍ ଡିଜିଟାଇଜେସନ୍ କେନ୍ଦ୍ର/ଓଡ଼ିଶା ହାଇକୋର୍ଟରେ ପେପରଲେସ୍ ବେଞ୍ଚ ପ୍ରତିଷ୍ଠା/ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟକ୍ରମକୁ କରାଯିବା ପାଇଁ ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମୀ, କଟକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ/କଟକ ଜିଲ୍ଲା ବାର୍ ଆସୋସିଏସନର ଓକିଲମାନଙ୍କର ଜିଲ୍ଲା କୋର୍ଟର ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଅନ୍ୟାନ୍ୟ ଇ-ସେବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇ ପାରିବ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ସଂଜୟ କୁମାର ମିଶ୍ର, ନ୍ୟାୟମୂର୍ତ୍ତି ବିଶ୍ୱଜିତ ମହାନ୍ତି, ନ୍ୟାୟମୂର୍ତ୍ତି ସଂଗ୍ରାମ କୁମାର ସାହୁ, ନ୍ୟାୟମୂର୍ତ୍ତି ବି.ଆର. ଷଡଙ୍ଗୀ, ନ୍ୟାୟମୂର୍ତ୍ତି ଦେବବ୍ରତ ଦାଶ, ନ୍ୟାୟମୂର୍ତ୍ତି ଏସ୍‌. ପୂଜାହାରୀ, ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ, ନ୍ୟାୟମୂର୍ତ୍ତି କେ. ଆର. ମହାପାତ୍ର, ନ୍ୟାୟମୂର୍ତ୍ତି ବି.ପି. ରାଉତରାଏ, ନ୍ୟାୟମୂର୍ତ୍ତି ଏସ୍‌.କେ. ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ ଏବଂ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ଏ.କେ. ପରିଜା, ହାଇକୋର୍ଟ ବାର ଆସୋସିଏସନର ସଭାପତି ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *