ଓଡିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘର ବୈଠକ
#କଟକ(ଏନ୍.ଏମ୍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ କଟକ ସିଡିଏ ୮ନମ୍ବର ସ୍ଥିତ ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ବୈଠକ ରାଜ୍ୟ ସଭାପତି ବିଣାପାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ରାଜ୍ୟ କର୍ମକର୍ତ୍ତା ବସନ୍ତ କୁମାର ସାହୁଙ୍କ ଉପସ୍ଥିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଦୀର୍ଘଦିନ ଧରି ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ଆସୁଥିଲେ ମଧ୍ୟ ସେମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ଅଛନ୍ତି । ଏହି ସମସ୍ତ ଦାବିକୁ ଖୁବଶୀଘ୍ର ସରକାରଙ୍କ ପାଖରେ ଉପସ୍ଥାପନା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲ । ଏହି ବୈଠକରେ ଅକ୍ଷୟ କୁମାର ଦାସ, ଅନୁସ୍ୱୟା ବିଷୋଇ, ଗାୟତ୍ରୀ ଜେନା, ବୀଣାପାଣୀ ଦାସ, ସବିତା ମହାପାତ୍ର ଏବଂ ସବିତା ସାହୁଙ୍କ ସମେତ ରାଜ୍ୟର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସର୍ମ୍ପକରେ ଆଲୋଚନା କରିଥିଲେ ।
