ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଓଡିଶା ଟ୍ରକ ମାଲିକ ସଂଘ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା ଟ୍ରକ୍ ମାଲିକ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଗଣ୍ଡରପୁର ସ୍ଥିତ ସଂଘର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଭାବେ ଦେବେନ୍ଦ୍ର କୁମାର ପାତ୍ର, ରବିନାରାୟଣ ଶତପଥୀ, ଜର୍ମାନୀ ରାଉତ ଓ କ୍ଷେତ୍ରମୋହନ ସାମନ୍ତରାୟ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଉପଦେଷ୍ଟା ଶ୍ରୀ ପାତ୍ର ସଭାପତି ଶରତ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ବିକ୍ରମ କେଶରୀ ମହାନ୍ତି, ଉପସଭାପତି ହାଡ଼ିବନ୍ଧୁ ମହାନ୍ତି, ସାଧାରଣ ସଂପାଦକ କାହ୍ନୁ ଚରଣ ମହାପାତ୍ର, ସହ-ସଂପାଦକ ସୁକାନ୍ତ କୁମାର ଜେନା ଓ ରଜତ କୁମାର ମହାନ୍ତି , କୋଷାଧକ୍ଷ ଭରତ ଚନ୍ଦ୍ର ପ୍ରଧାନଙ୍କୁ ଶପଥପାଠ କରାଇଥିଲେ । ଏତଦ୍‌ବ୍ୟତୀତ କାର୍ଯ୍ୟକାରୀ କମିଟିର ସଦସ୍ୟ ଅରବିନ୍ଦ ସିଂହ, ଅଜୟ କୁମାର ମହାନ୍ତି, ବିମଳ ପ୍ରସାଦ ମହାନ୍ତି , ଦେବେନ୍ଦ୍ର କୁମାର ସ୍ୱାଇଁ, ଦୟାନିଧି ସ୍ୱାଇଁ, ଧରଣୀଧର ପ୍ରଧାନ, କୃଷ୍ଣଚନ୍ଦ୍ର ଗୋଛୟତ, ପ୍ରେମାନନ୍ଦ ମହାନ୍ତି, ରଞ୍ଜନ ପ୍ରଧାନ, ତନ୍ମୟ ମଲ୍ଲ, ଉମେଶ ଚନ୍ଦ୍ର ପରିଡା, ନନ୍ଦ କିଶୋର ମହାନ୍ତି, ସୌରଭ ପ୍ରଧାନ, ଦିପୁନା ପ୍ରଧାନ, ସତ୍ୟ ମହାନ୍ତି, ଜିତେନ୍ଦ୍ର ସ୍ୱାଇଁ, ବିକାଶ ପରିଡା, ବାବୁଲା ନାୟକ, ମନୋଜ ସ୍ୱାଇଁ, ସ୍ୱଦେଶ କୁମାର ସିଂହ, ପ୍ରଶାନ୍ତ କୁମାର ସାହୁ ଓ ଅକ୍ଷୟ କୁମାର ଗୋଛୟତଙ୍କୁ ମଧ୍ୟ ଶପଥପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲଷ୍ମୀଧର ମହାନ୍ତି ଓ ବିଭୁତି ଭୂଷଣ ପରିଡା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *