ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ

ଓଡିଶାରୁ ୩୧ଜଣିଆ ଜୁନିଅର କିରୋଗୀ ଓ ପୁଙ୍ଗସି ଟାଏକୋଣ୍ଡୋ ଟିମ ଉତ୍ତର ପ୍ରଦେଶର ବରେଲି ଗ୍ରସ୍ତ

News by Ajit Kumar Mallick (Konark)

#କୋଣାର୍କ/ ଭୁବନେଶ୍ୱର (ଏନ୍‌.ଏମ୍‌.): ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ, ଧନବାଦ ଓ ଉତ୍ତର ପ୍ରଦେଶ ଟାଏକୋଣ୍ଡା ସଙ୍ଘ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ମାସ ୨୭ ରୁ ୨୯ତାରିଖ ପର୍ଯନ୍ତ ଉତ୍ତର ପ୍ରଦେଶର ବରେଲି ଠାରେ ୩୯ତମ ଜାତୀୟ ଜୁନିଅର କିରୋଗୀ ଓ ୧୨ତମ ଜାତୀୟ ପୁମସେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ଓଡିଶା ଜୁନିଅର କିରୋଗୀ ଓ ପୁଂସି ଟିମ ପାଇଁ ୩୧ଜଣିଆ ବାଳକ ଓ ବାଳିକା ପ୍ରତିଯୋଗୀ ଉଭୟ ଇଭେଣ୍ଟ କିରୋଗୀ ଆଉ ପୁମସେ ପାଇଁ ମନୋନୀତ ହେଇଛନ୍ତି । କିରୋଗୀ ଇଭେଣ୍ଟରେ ବାଳକ ପ୍ରତିଯୋଗୀମାନେ ହେଲେ କଟକରୁ ଶୁଭମ ପଟ୍ଟନାୟକ, ବି. ଗୌରଭ, ସାଇ ସୁମନ ସେନାପତି,ଗଞ୍ଜାମରୁ ଜି.ସୁନୀଲ ରେଡି, ଏସ. ରୋଶନ ଦୋରା, ପିୟୁଷ ପ୍ରସାଦ ଷଡ଼ଙ୍ଗୀ, ରାଜା ଦାଶ, ସୁବର୍ଣ୍ଣପୁରରୁ ଅନ୍ୱେଷ ହୋତା,ପୁରୀରୁ ଶମ୍ଭୁନାଥ ସାହୁ, ବରଗଡ଼ରୁ ସାଇ କୌଶିକ ବାଙ୍କ, ଅନୁଗୁଳରୁ ଅଭିନବ ମିଶ୍ର, ବୌଦ୍ଧରୁ ଅବିନାଶ ମେଣ୍ଡିଲି ରହିଛନ୍ତି । ସେହିଭଳି ବାଳିକା ପ୍ରତିଯୋଗୀମାନଙ୍କ ମଧ୍ୟରେ ଗଞ୍ଜାମରୁ ଅଙ୍କିତା ପତ୍ର, ପୁରୀରୁ ପ୍ରିୟଙ୍କା ବଡ଼ଜେନା, ଋତୁପର୍ଣ୍ଣା ଦାସ, ରଶ୍ମି ରାଉତରାୟ, ସୁମନ ସୁଆର, କଟକରୁ ଗାୟତ୍ରୀ ରାଉତ, କୁମକୁମ ମଣ୍ଡଳ, ସ୍ୱପ୍ନା ଭୋଇ, କାନ୍ଧମାଳରୁ ଅପୂର୍ବା ଆର୍ଯ୍ୟ । ପୁଙ୍ଗସି ଇଭେଣ୍ଟରେ ବ୍ୟକ୍ତିଗତ ବିଭାଗରେ ଜଗବନ୍ଧୁ ସାହୁ, ଅଙ୍କିତା ପାତ୍ର, ଯୁଗ୍ମବିଭାଗରେ ସୌମ୍ୟ ପ୍ରତାପ ନାୟକ, ଅଙ୍କିତା ପାତ୍ର ଓ ବାଳକ ଟିମ ବିଭାଗରେ ଜଗବନ୍ଧୁ ସାହୁ, ଚାରସନ ମହାପାତ୍ର, ବି.ଗୌରଭ, ଟିମ ବାଳିକା ବିଭାଗରେ ସୁନୟନା ମେହେର, ମନୀଷା ସାହୁ, ସୁଲଗ୍ନା ମିଶ୍ର ରହିଛନ୍ତି । ଅଫିସିଆଲ ଭାବେ ଟିମ କୋଅର୍ଡିନେଟର ଆଲୋକ ରଞ୍ଜନ ଚୌଧୁରୀ, କୋଚଭାବେ ପ୍ରହଲ୍ଲାଦ ସାହା, ବିଶ୍ୱଜିତ ନାୟକ, ବାସୁ ନାୟକ, ମିଲୁ ମହାପାତ୍ର, ଅଶୋକ ସେଠୀ, ଟିମ ମ୍ୟାନେଜେର ଭାବେ ଅଞ୍ଜିତ କୁମାର ସାହୁ, ନୃସିଂହ ସିଂ, ଉପେନ୍ଦ୍ର ଘଡେଇ, ମଞ୍ଜୁ ପାଟ୍ଟଯୋଶୀ । ମୌଳିନ୍ଦୁ କୁମାର ମହାନ୍ତ(କେନ୍ଦୁଝର) ଓ ଅଭିଜିତ ସାହୁ(ପୁରୀ) ରାଜ୍ୟ ସଙ୍ଘର ଦୁଇ ଜାତୀୟ ରେଫେରୀ ପ୍ରତିଯୋଗିତାରେ ଅଫିସିଆଲ ଭାବେ ପ୍ରରିଚାଳନା ପାଇଁ ମନୋନୀତ ହୋଇଛନ୍ତି । ଓଡିଶା ଟାଏକୋଣ୍ଡୋ ସଙ୍ଘର ସମସ୍ତ ସଦସ୍ୟ ତଥା ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ପାଇଁ ପଦକ ଆସିବ ବୋଲି କହିଛନ୍ତି । ଓଡିଶା ଜୁନିଅର ଟାଏକୋଣ୍ଡୋ ଟିମ ଜନଶତାବ୍ଦି ଟ୍ରେନରେ ସକାଳ ୬ଘଣ୍ଟିକା ସମୟରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଉତ୍ତର ପ୍ରଦେଶ ଯାତ୍ରା କରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *