ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଏକ ଦିବସୀୟ ଶିଳ୍ପୀ ଶିବିର

ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ଏକ ଦିବସୀୟ ଶିଳ୍ପୀ ଶିବିର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା ଚିତ୍ରକଳା ଏକାଡେମୀ ପକ୍ଷରୁ ସ୍ଥାନୀୟ ତତ୍ତ୍ୱବଟ ଠାରେ ଏକ ଦିବସୀୟ ଶିଳ୍ପୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଫଗୁଣର ରଙ୍ଗ ଶିର୍ଷକ ଚିତ୍ରପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗୁଁ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଫଗୁଣର ରଙ୍ଗ ତଥା ହୋଲିର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ଜେନା ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ପବିତ୍ର ଦୋଳ ପୂର୍ଣ୍ଣିମା ତଥା ହୋଲି ଉତ୍ସବ ପାଳନର ତାତ୍ପର୍ଯ୍ୟ ତଥା ଏହାର ବୈଜ୍ଞାନିକ ଦୃଷ୍ଟିକୋଣ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ପ୍ରାୟ ୩୦ଜଣ ଶିଳ୍ପୀ ରଙ୍ଗତୂଳି ଧରି କାନଭାସରେ ଅନେକ ବାର୍ତ୍ତା ପ୍ରଦାନକାରୀ ଚିତ୍ର ଆଙ୍କିଥିଲେ । ଏହାକୁ ଶିଳ୍ପୀ ଯଶସ୍ୱୀ ମହାପାତ୍ର ପରିଚାଳନା କରିଥିବାବେଳେ ସତ୍ୟଜିତ ଜେନା, ଅନୁପ ରାଉତରାୟ, ଜ୍ଞାନ ଜେନା, ଦେବରାଜ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶିଳ୍ପୀ ଶର୍ମିଳା ବଳ, ରଶ୍ମି ମିଶ୍ର, ପ୍ରମିତା ମଙ୍ଗରାଜ, ତେଜସ୍ୱିନୀ ସାମନ୍ତ ସିଂହାର, ସରୋଜିନୀ ସାହୁ, ଲକ୍ଷ୍ମୀଧର ପ୍ରଧାନ, ପ୍ରଭାତ କୁମାର ସାହୁ, ପ୍ରତିମା ମିଶ୍ର, କୈଳାସ ଚନ୍ଦ୍ର ରଣା, ନମିତା ସାହୁ, ଶ୍ରଦ୍ଧାଳଞ୍ଜୀ ମହାପାତ୍ର, ଶ୍ରୀୟାସଂ ଦାଶ ପ୍ରମୁଖ ଉପସ୍ଥିତ ରହି ଶିବିରରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦର୍ଶକଙ୍କ ହୃଦୟକୁ ଜିଣିପାରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *