ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ

ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ

News by Padmalochan Mishra (Cuttack)

କଟକ (ଏନ୍‌.ଏମ୍‌.): ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ଫିସ ବୃଦ୍ଧି ବନ୍ଦ, ସରକାରୀ ବିଦ୍ୟାଳୟ ବନ୍ଦ ଅଥବା ମିଶ୍ରଣ ନୀତି ପ୍ରତ୍ୟାହାର କରି ସରକାରୀ ଶିକ୍ଷାନୁଷ୍ଠାନକୁ ସୁଦୃଢ଼ କରିବା, ସ୍ଥାୟୀ ଭିିତ୍ତିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ପ୍ରଦାନ, ମେଡିକାଲ ଶିକ୍ଷାରେ ନେକ୍ସଟ ପରୀକ୍ଷା ବନ୍ଦ କରିବା ସହ ସିବିଏମ୍‌ଇ ଶିକ୍ଷା ପ୍ରଚଳନ ବନ୍ଦ କରିବା, ରିସର୍ଚ୍ଚ ପାଇଁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ ସହ ରିସର୍ଚ୍ଚ କାମକୁ ରାଜନୈତିକ ଓ ଅର୍ଥନୈତିକ ହସ୍ତକ୍ଷେପରୁ ମୁକ୍ତ କରିବା, ଇତିହାସ ଓ ବିଜ୍ଞାନର ବିକୃତିକରଣ ବନ୍ଦ କରିବା, ଶିକ୍ଷାର ସାମ୍ପ୍ରଦାୟିକରଣ ବନ୍ଦ ତଥା ଅନ୍ୟାନ୍ୟ ଶିକ୍ଷାଗତ ଦାବିରେ ଆଜି ସ୍ଥାନୀୟ ଟାଉନ ହଲଠାରେ ଏଆଇଡିଏସ୍‌ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲାସ୍ତରୀୟ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବରେ ଏସ.ୟୁ.ସି. ଆଇ.(ସି) କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ତଥା ମୁଖ୍ୟବକ୍ତା ଭାବେ ଏଆଇଡିଏସଓ ଓଡ଼ିଶା ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଯୋଗ ଦେଇଥିଲେ । କଟକ ଜିଲ୍ଲା ସଭାପତି ଭାଗ୍ୟରବି ଦାସ ସଭାପତିତ୍ୱ କରିଥିବା ବେଳେ ସଂପାଦକ ବିନୋଦ ସେଠୀ ସାଂଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀରେ ଉପରୋକ୍ତ ଦାବିକୁ ନେଇ ବ୍ୟାପକ ଛାତ୍ର ଆନ୍ଦୋଳନ ଗଢିତୋଳିବା ପାଇଁ ସର୍ବସମ୍ମତି କ୍ରମେ ଏକ ଚିଠା ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ଦିନରେ କଟକ ଜିଲ୍ଲାରେ ଛାତ୍ର ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ନୂତନଭାବେ ସଭାପତି ଇଶା ଧର, ଉପସଭାପତି ଶିବାନୀ ସାହୁ, ସମ୍ପାଦକ ତରୁଣସେନ ନାୟକ, କୋଷାଧ୍ୟକ୍ଷ ଶୁଭସ୍ମିତା ସାହୁ, ସମ୍ପାଦକ ମଣ୍ଡଳୀ ସଦସ୍ୟ ଅମରେନ୍ଦ୍ର ନାୟକ, ଜ୍ୟୋସ୍ନାରାଣୀ ଦାସ, ସରୋଜ ମାନସିଂହ, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୁଖ ଜିଲ୍ଲା କମିଟିକୁ ନିର୍ବାଚିତ ହେବା ସହ ଜିଲ୍ଳାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ମୋଟ ୫୮ ଜଣିଆ ଜିଲ୍ଲା କମିଟି ଗଠନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *