ଏସସିବି ମେଡ଼ିକାଲ କର୍ମଚାରୀ ସଂଘ ପକ୍ଷରୁ ବନ୍ଧୁ ମିଳନ


କଟକ(ଏନ୍‌.ଏମ୍‌.): ଓଡ଼ିଶା ସମସ୍ତ ଜିଲ୍ଲା ମେଡିକାଲ ମେଡିକାଲ କଲେଜ ଜୋନ ମେଡିକାଲର ସମ୍ପାଦକ ଓ ଜିଲ୍ଲା ଓ ରାଜ୍ୟର ସମସ୍ତ ସଭ୍ୟ ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏସସିବି ମେଡିକାଲ କର୍ମଚାରୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ସ୍ଥାନୀୟ ଶିଖରପୁରସ୍ଥିତ ହାରାମଣି ମଣ୍ଡପରେ ରାଜ୍ୟର ୩୦ଗୋଟି ଜିଲ୍ଲା ମେଡିକାଲ, ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଜୋନ ହସ୍ପିଟାଲ ମାନଙ୍କରୁ ସମ୍ପାଦକ ସଭ୍ୟ ସଭ୍ୟାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌହାର-କଟକର ପୂର୍ବତନ ବିଧାୟକ ତଥା ଓଡିଶା ମେଡିକାଲ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆନ୍ତର୍ଜାତୀୟ ମାନବାଧିକାର କମିଶନର କେନ୍ଦ୍ରୀୟ ସମ୍ପାଦକ ଡାକ୍ତର ଅଜିତ ପ୍ରସାଦ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ସଭାରେ କରୋନାରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ଉପସଭାପତି ତଥା ବରଗଡ ଜିଲ୍ଲାର ସମ୍ପାଦକ ପ୍ରଶାନ୍ତ କୁମାର ସୁନା, ରାଉରକେଲା ଆରଜିଏଚ ମେଡିକାଲ କର୍ମଚାରୀ ସଂଘ ସମ୍ପାଦକ ସୁବାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଏସସିବି ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ପ୍ରସନ୍ନ କୁମାର ସାମଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ତେବେ ବିଗତ ଦିନ ମାନଙ୍କରେ ଏହି ସଂଗଠନକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦ୍ୱାରା କର୍ମଚାରୀ ସଂଘର ମହତ ଉଦ୍ଦେଶ୍ୟରେ ବାଧା ସୃଷ୍ଟି ହୋଇଛି । ଗୋଟିଏ ରେଜିଷ୍ଟେସନ୍ ନମ୍ବର ଉପରେ ୩ଟି ଦଳ କାମ କରୁଛି । ଯଦି ଏହିଭଳି ସଂଘ ପରିଚାଳିତ ହୁଏ ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କର ସ୍ୱାର୍ଥ ହାସଲ ତ ଦୂରର କଥା କେବଳ ସର୍ବସାଧାରଣରେ ଲୋକହସା ହେବାକୁ ପଡ଼ୁଅଛି ବୋଲି ମତପ୍ରକାଶ ପାଇଥିଲା । ତେଣୁ ସଂଗଠନ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ଆଜିଠାରୁ ସଭାପତି ଓ ସାଧାରଣ ସମ୍ପାଦକ ସହ ସମ୍ପାଦକ ଯୁଗ୍ମ ସମ୍ପାଦକ ଓ ସମସ୍ତ ଉପ ସଭାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତି, ସାଙ୍ଗଠନିକ ସମ୍ପାଦକ ପଦବୀ ଗୁଡିକୁ ରଦ୍ଦ କରାଯିବା ସହ ଆଗାମୀ ରାଜ୍ୟକାର୍ଯ୍ୟ କାରିଣୀ ବୈଠକ ନହେବା ପ୍ରର୍ଯ୍ୟନ୍ତ ରାଜ୍ୟ ସଂଘଠନର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକୁ ସିଧାସଳଖ ରାଜ୍ୟର ମୁଖ୍ୟ ଉପଦେଷ୍ଟା ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ମାଧ୍ୟମରେ ପରିଚାଳନା କରାଯିବ । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ଚନ୍ଦ୍ର ରାଉତ, ମୀର ମୁସ୍ତାକିମ ଅଲ୍ଲୀ, ରଞ୍ଜିତ କୁମାର ଦାସ, କଲ୍ୟାଣ କୁମାର ପୂଝାରୀ, ରାମ ଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ବାରିକ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *