ଏସସିବି ଦୁଷ୍କର୍ମ ମାମାଲା: ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଦାବିପତ୍ର


କଟକ(ଏନ୍‌.ଏମ୍‌.): ରାଜ୍ୟର ସର୍ବବୃହତ ଓ ସର୍ବପୁରାତନ ଚିକିତ୍ସାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲରେ ଜନୈକ କାର୍ଯ୍ୟରତ ଡାକ୍ତର ଦୁଇଜଣ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ଦୁଷ୍କର୍ମ କରିବା ଘଟଣାରେ ସଂଗଠନ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି। ଏହି ବିଭତ୍ସ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ବିଚାର ଫାଷ୍ଟ ଟ୍ରାକ କୋର୍ଟରେ କରି ତାଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା, ସମଗ୍ର ରାଜ୍ୟରେ ମହିଳା ଓ ଛାତ୍ର ଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଓ ପୀଡ଼ିତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, କଟକ ଜିଲ୍ଲା କମିଟି ଉଦ୍ୟୋଗରେ କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କମ୍ରେଡ ମାଳବିକା ସାମଲ, ସମ୍ପାଦିକା ସ୍ୱାଧିନୀ ବେହେରା, ସିପ୍ରା ମହାନ୍ତି, ସୁଜାତା ମହାପାତ୍ର, ସୁଭସ୍ମିତା ଦଳାଇ, ମାନସୀ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *