ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର

ଏସସିବିରେ ଇସିଏମ୍‌ଓ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମୃତିରଞ୍ଜନଙ୍କ ପତ୍ର


କଟକ (ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ (ଏସ୍‌.ସି.ବି)ରେ ଇସିଏମଓ ସ୍ଥାପନ କରିବା ସହ ରାଜ୍ୟରେ ଥିବା ଇସିଏମଓଗୁଡ଼ିକର ଅପରେଟର ବ୍ୟବସ୍ଥା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଡମେଡିକାଲକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗୁରୁତର କରୋନା ସଂକ୍ରମିତ ରୋଗୀ ଅସୁଥିବା ବେଳେ ପୂର୍ବ ଭାରତର ରୋଗୀ ମଧ୍ୟ ଏଠାକୁ ଆସିଥାନ୍ତି । କରୋନାର ଦ୍ୱିତୀୟ ଲହରରେ ଅନେକ ରୋଗୀ ଗୁରୁତର ଫୁସ୍‌ଫୁସ୍ ସଙ୍କ୍ରମଣରେ ପ୍ରାଣ ହରେଇଲେଣି । ଫୁସ୍‌ଫୁସ୍ ସଙ୍କ୍ରମିତ ରୋଗୀଙ୍କ ରୋଗୀଙ୍କ ପାଇଁ ଇ.ସି.ଏମ୍‌.ଓ ବ୍ୟବସ୍ତା ଚିକିତ୍ସା ଏକମାତ୍ର ବିକଳ୍ପ । ଓଡିଶାରେ ଇ.ସି.ଏମ୍‌.ଓର ବ୍ୟବସ୍ତା ନଥିବାରୁ ପ୍ରତ୍ୟେକଦିନ ଶତାଧିକ ଲୋକ ଜୀବନ ହରାଉଛନ୍ତିି । ଏହି ବ୍ୟବସ୍ତାରେ ରୋଗୀଙ୍କ ଶରୀରରୁ କୃତିମ ଉପାୟରେ ରକ୍ତରେ ଅମ୍ଳଯାନ ମିଶାଇ ଶରୀରକୁ ଛଡା ଯାଇଥାଏ । ଏହା ଏକ ପ୍ରକାର କୃତିମ ଫୁସ୍‌ଫୁସ୍ ପରି କାମ କରେ । ଇ.ସି.ଏମ୍‌.ଓର ଚିକିତ୍ସା ଅତ୍ୟଧିକ ବ୍ୟୟବହୁଳ ଅଟେ । ଦୈନିକ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଗୀକୁ ଖର୍ଚ୍ଚ କରିବାକୁ ପଡୁଥିବା ସହ ଏହାର ଚିକିତ୍ସା ପାଇଁ ରାଜ୍ୟ ବାହାର ଚେନ୍ନାଇ ଓ କଲିକତାକୁ ଯିବାକୁ ପଡୁଛି । ଯାହାକି ସାଧାରଣ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ସମ୍ଭବପର ନୁହେଁ । କେନ୍ଦ୍ର ସରକାରଙ୍କ ତରଫରୁ ଭୁବନେଶ୍ୱର ଏମ୍‌ସରେ ଦୁଇଟି ଇ.ସି.ଏମ୍‌.ଓ ମେସିନ୍ ଲଗାଇବା ବ୍ୟବସ୍ଥା କରାଯାଇଛି । ମାତ୍ର କଟକ ସହରରେ ଇ.ସି.ଏମ୍‌.ଓ ଚିକିତ୍ସାର ବ୍ୟବସ୍ଥା ନଥିବା ବେଳେ ଏହାକୁ ଲକ୍ଷ୍ୟ ରଖି ବି.ଜେ.ପି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ସ୍ମୃତି ରଞ୍ଜନ ମିଶ୍ର ତୁରନ୍ତ କଟକ ଏ.ସି.ବି ବଡ ମେଡିକାଲକୁ ଇ.ସି.ଏମ୍‌.ଓ ମେସିନ୍ ଯୋଗାଇବା ସହ ଏହାକୁ ପରିଚାଳନା କରିବା ପାଇଁ କୁଶଳୀ ଟେକନିସିଆନ୍‌ମାନଙ୍କୁ ନିଯୁକ୍ତି ଦେବା ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତିି । ଏହାଦ୍ୱାରା ଆଗାମୀ ଦିନରେ ଗରୀବ ଓ ମଧ୍ୟବର୍ତ୍ତି ଶ୍ରେଣୀର ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିବା ସହ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବନି ବୋଲି ଶ୍ରୀଯୁକ୍ତ ମିଶ୍ର ମତପୋଷଣ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *