ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଝାଞ୍ଜିରୀମଙ୍ଗଳାସ୍ଥିତ ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ କ୍ୟାସ ଇନ ଚାର୍ଜ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବ୍ରାଞ୍ଚରେ ଦୀର୍ଘ ବର୍ଷ ଧରି ଗ୍ରାହକଙ୍କ ସେବାରେ ନିଜକୁ ବ୍ରତୀ ରଖିଥିବା ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କ ଗତକାଲି କାର୍ଯ୍ୟର ଶେଷ ଦିବସ ଥିଲା । ଶ୍ରୀ ମହାପାତ୍ର ଦୀର୍ଘ ୩୭ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ବ୍ୟାଙ୍କ ସେବା କ୍ଷେତ୍ରରେ ଗ୍ରାହକଙ୍କ ସହିତ ବ୍ୟାଙ୍କର ଯେଉଁ ସମନ୍ୱୟ ସୃଷ୍ଟି କରିଛନ୍ତି ତାହା ଏକ ଉଦାହରଣ ବୋଲି ବିଦାୟ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ପ୍ରକାଶ କରିଥିଲେ । ୧୯୮୪ ମସିହା ଅକ୍ଟୋବର ୨୦ତାରିଖରୁ ବ୍ୟାଙ୍କସେବା କ୍ଷେତ୍ରରେ ଯୋଗଦେଇ ଶ୍ରୀ ମହାପାତ୍ର ବକ୍ସିବଜାର ଏସବିଆଇ ବ୍ରାଞ୍ଚ, ପିଠାପୁର ଏସବିଆଇ ବ୍ରାଞ୍ଚ, ଲିଙ୍କରୋଡ଼ ଏସବିଆଇ ବ୍ରାଞ୍ଚ ଆଦିରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରି ସମସ୍ତ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଗ୍ରାହକମାନଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ବ୍ୟାଙ୍କ ଚିଫ ମ୍ୟାନେଜର କୀର୍ତ୍ତିରଞ୍ଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଫିସର୍ସ ଆସୋସିଏସନ କର୍ମକର୍ତ୍ତା ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ପଦ୍ମ କର, ବ୍ୟାଙ୍କ ମ୍ୟାନେଜର ଶୁଭଦା ଶତପଥୀ, ରେଣୁ ସାଗର, ଆଶିଷ ପତି, ପ୍ରକାଶ ନାୟକଙ୍କ ସମେତ ବିଦାୟୀ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ଧର୍ମପତ୍ନୀ ପ୍ରତିଭା ମହାପାତ୍ର ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ମହାପାତ୍ର ବିଦାୟୀ ସମ୍ବର୍ଦ୍ଧନାର ଉତ୍ତରରେ ସମସ୍ତ ବ୍ୟାଙ୍କ କର୍ମଚାରୀମାନେ ନିଜର କର୍ତ୍ତବ୍ୟ, ନମ୍ରତା, ସମୟାନୁବର୍ତ୍ତିତା ଓ ସ୍ୱଚ୍ଛତା ବଜାୟ ରଖି ବିଶ୍ୱସନୀୟତାର ସହ ବ୍ୟାଙ୍କ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *