ଏବିସି ଆକ୍ଟିଭିଟି ସେଣ୍ଟର ଚେସ୍ ପ୍ରତିଯୋଗିତା


କଟକ(ଏନ୍‌.ଏମ୍‌.): କ୍ୟାଟେଂନମେଟ୍ ରୋଡ଼ଠାରେ ଥିବା ଏବିସି ଆକ୍ଟିଭିଟି ସେଣ୍ଟର ପକ୍ଷରୁ ଏକ ଦିବସୀୟ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଅନୁଷ୍ଠାନର ମୁଖ୍ୟ ସମ୍ପତି ମୋଡା ଉଦଘାଟନ କରିଥିଲେ। ଚେସ ଖେଳ ପ୍ରତି ପିଲାମାନଙ୍କୁ ଆକୃଷ୍ଠ କରିବା ଉପରେ ବକ୍ତବ୍ୟ ରଖିଥିଲେ। ଚେସ ଖେଳବା ବଳର ନୁହେଁ ବୁଦ୍ଧିର ଖେଳ। ଚେସ ଖେଳିଲେ ବୁଦ୍ଧିର ବିକାଶ ହେବ ବୋଲି ମୁଖ୍ୟଅତିଥି କହିଥିଲେ। ପ୍ରତିଯୋଗିତାରେ ୭୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସ୍କୁଲର ମୁଖ୍ୟ ପ୍ରିୟଙ୍କା ଅଗ୍ରୱାଲ ଓ ଆୟସା ମୋଡାଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲର ସୋମିତ୍ର ସେନ୍‌ଙ୍କ ସହିତ ନିରୁପମା ପୃଷ୍ଟି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *