ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ

News by Padmalochan Mishra (Cuttack)

କଟକ (ଏନ୍‍.ଏମ୍‍.): କଟକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଏନସିସି ପକ୍ଷରୁ ଆଜି ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ମହାନଦୀ ଅଭିଯାନ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିସିର ବିଭିନ୍ନ ଗ୍ରୁପରୁ ୨ଶହରୁ ଉର୍ଦ୍ଧ୍ୱ କ୍ୟାଡେଟ, ବାଳକ ଓ ବାଳିକାମାନେ ସାମିଲ ହୋଇ ବାଲିଯାତ୍ରା ତଳପଡିଆରୁ ଅଳିଆ ଆବର୍ଜନା ସଫା କରିଥିଲେ । କଟକ ମେୟର ସୁବାସ ସିଂ ଏବଂ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନକୁ ଉଦଘାଟନ କରି କହିଲେ ଯେ, ଏନସିସି ଏକ ଶୃଙ୍ଖଳିତ ଏବଂ ସଂଗଠିତ ସ୍ୱେଚ୍ଚାସେବୀ ସଂଗଠନ । ବିଶେଷ କରି ଏହାର ମୂଳ ଲକ୍ଷ୍ୟ ହେଲା ସେବା । ଲୋକମାନଙ୍କର ଆପଦ ବିପଦ ସମୟରେ ଉପସ୍ଥିତ ରହି ସେବା ଯୋଗାଇ ଦେଇଥାନ୍ତି । କଟକ ସହରକୁ ସବୁଜ, ସୁନ୍ଦର ଏବଂ ସ୍ୱଚ୍ଛ ସହରରେ ପରିଣତ କରିବା ପାଇଁ ଆମେ ସମସ୍ତେ ମିଳିମିଶି ସଂକଳ୍ପ ନେବା । ବିଶେଷ କରି ମହାନଦୀରୁ ଅଳିଆ ଆବର୍ଜନା ଉଠାଇ ସାଗରରେ ସ୍ୱଚ୍ଛତା ଆଣିବା ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ । ଏନସିସି ଗ୍ରୁପ କମାଣ୍ଡର କର୍ଣ୍ଣେଲ ରଜନିଶ କପୁରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନସିସି କ୍ୟାଡେଟମାନେ ମହାନଦୀ ବାଲିଯାତ୍ରା ପଡିଆରୁ ଅଳିଆ ଆବର୍ଜନା ଉଠାଇଥିଲେ । ସିଏମସିର ଡେପୁଟି କମିଶନର ସଞ୍ଜିବିତା ରାୟ ଏବଂ ଏନସିସିର ଗ୍ରୁପ ପଦାଧିକାରୀମାନେ ଯୋଗଦେଇ କ୍ୟାଡେଟମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *