ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମାବ୍’ ଇଂଜେକସନ

ରାଜ୍ୟରେ କରୋନା ଏବେ ଦିନକୁ ଦିନ ଲମ୍ବ ଡିଆଁ ମାରୁଥିବା ବେଳେ ଘାତକ ସାଜିଲାଣି ମେ’। ଚଳିତ ମାସରେ ରାଜ୍ୟରେ କରୋନା ପିକ୍‌ରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ। ଏପରି ସ୍ଥିତିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯିବ ଟୋସଲିଜୁମାବ୍ ଇଂଜେକସନ୍। ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ କିନ୍ତୁ ତୁରନ୍ତ ଅନୁମୋଦନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

କରୋନା ଆକ୍ରାନ୍ତଙ୍କୁ ଟୋସଲିଜୁମାବ୍ ଇଂଜେକସନ୍ ଦିଆଯିବା ନିମନ୍ତେ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଭେଣ୍ଟିଲେଟରରେ ଥିବା ତଥା ଗୁରୁତର ଆକ୍ରାନ୍ତ ଥିବା ରୋଗୀଙ୍କ କ୍ଷେତ୍ରରେ ଟୋସଲିଜୁମାବ୍ ଇଂଜେକସନ୍ ବ୍ୟବହାର କରିବାକୁ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *