ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ
ସ୍ମାରକୀର ସମସ୍ତ ନିର୍ମାଣାଧିନ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

News by I&PR (Odisha)

ଭୁବନେଶ୍ୱର/ପୁରୀ (ଏନ୍‌.ଏମ୍‌.): ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥଳ ପରିଦର୍ଶନ କରାଯିବା ସହ ସ୍ମାରକୀ ନିର୍ମାଣ ଉପରେ ସମୀକ୍ଷା କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ସେଠାରେ ନିର୍ମାଣାଧୀନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରିଥିଲେ । ସ୍ମାରକୀ ଭିତରେ ନିର୍ମାଣାଧୀନ ମନ୍ଦିର, ସପିଙ୍ଗ କେନ୍ଦ୍ର, ପାର୍କିଂସ୍ଥଳୀ, ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ଘର, ଗ୍ରାମରାସ୍ତା, ପ୍ରାକୃତିକ ଭୂଚିତ୍ର ଓ ଉଦ୍ୟାନ କାର୍ଯ୍ୟ ଏବଂ ସଂଗ୍ରହାଳୟ ଘର ସହିତ ଅନ୍ୟାନ୍ୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ । ସ୍ମାରକୀର ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଏବଂ ଗୋପବନ୍ଧୁଙ୍କ ନାତି ଧୀରେନ ଦାଶଙ୍କ ସମେତ ସମ୍ପୃକ୍ତ ନିର୍ମାଣାଧିନ ସଂସ୍ଥାର ମୁଖ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *