ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

ଇପିଏଫ ପେନସନର୍ସ ସଙ୍ଘର ରାଜ୍ୟ କମିଟି ବୈଠକ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ଆଜି ଖାନନଗରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ନଭେମ୍ବର ୧୬ ତାରିଖରେ ଆସୋସିଏସନ ତରଫରୁ ୩୦ଟି ଜିଲ୍ଲାଶାଖା ମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଜରିଆରେ ସର୍ବନିମ୍ନ ପେନସନ ୯୦୦୦ଟଙ୍କାକୁ ବୃଦ୍ଧିସହ ମହଙ୍ଗାଭତ୍ତା ପ୍ରଦାନ ପାଇଁ ଦାବିକରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଯାଇଛି । ସେହିଭଳି ଓଡ଼ିଶାରେ ଥିବା ଦୁଇ ଲକ୍ଷ ସ୍ୱଳ୍ପ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଦାବିପତ୍ର ପଠାଯାଇଛି । ଏହି କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ସଫଳତା ସହ ପାଳନ କରିଥିବାରୁ ଆଜିର ରାଜ୍ୟ କମିଟି ବୈଠକରେ ଜିଲ୍ଲାକର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦିଆଗଲା । ସର୍ବନିମ୍ନ ପେନସନ ବୃଦ୍ଧିଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜୋରଦାର କରିବାପାଇଁ ଆସନ୍ତା ଡିସେମ୍ବର ୭, ୮ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନ ଓ ଯନ୍ତର ମନ୍ତରରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ସଂଘଟିତ ହେବ । ଏଥିରେ ବିଭିନ୍ନ ରାଜ୍ୟରୁ ଇପିଏଫ ସଂଘର କର୍ମକର୍ତ୍ତାମାନେ ଯୋଗଦାନ କରିବେ । ଓଡିଶାରୁ ୪୦ଜଣ ପ୍ରତିନିଧି ଏଥିରେ ଯୋଗଦେବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଏହିଭଳି ଓଡିଶା ଇପିଏଫ ପେନସନ ଭୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାପାଇଁ ଅନୁରୋଧକରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ପ୍ରସ୍ଥାବ ଗୃହୀତ କରାଗଲା । ସମସ୍ତ ଜିଲ୍ଲା କମିଟିମାନେ ସେମାନଙ୍କ ଜିଲ୍ଲାରେ ଥିବା ବିଧାୟକମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବାବଦରେ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ନିଆଗଲା । ରାଜ୍ୟ କମିଟି ତରଫରୁ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଏବାବଦରେ ଆଲୋଚନା କରିବା ପାଇଁ ସ୍ଥିର କରାଗଲା ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସମ୍ପାଦକ ତଥା ସର୍ବ ଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ସମେତ ମୁକ୍ତିକାନ୍ତ ମହାପାତ୍ର, ପ୍ରଫୁଲ୍ଲ ଦାସ, ସଚିଦା ନନ୍ଦ ସାମନ୍ତରାୟ, ରାଜକିଶୋର ସ୍ୱାଇଁ, ଗୀତାଞ୍ଜଳି ପାତ୍ର, ରମେଶ ଚନ୍ଦ୍ର ଘଡେଇ, ବସନ୍ତ ଦାସ, କଣ୍ଡୁରୀ ଚରଣ ସୁବୁଦ୍ଧି, କୃଷ୍ଣଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ମହାନ୍ତି, ବିନୋଦ ବେହେରା, ରବୀନ୍ଦ୍ର ପରିଡା, ନବକିଶୋର ରଣା, ଉର୍ବଶୀ ମିଶ୍ର, ଅଗାଧୁ ପ୍ରଧାନ, ଲକ୍ଷ୍ମଣ ନନ୍ଦ, ସୁରେଶ ତରାଇ, ସତ୍ୟବାନ ଜେନା, ବନମାଳୀ ବେହେରା, ପ୍ରକାଶ ପଟନାୟକ, ସୁକାନ୍ତ ସ୍ୱାଇଁ, ପ୍ରମୋଦ ପଣ୍ଡା ବିଜୟ ନାୟକ, ପ୍ରଫୁଲ୍ଲ ପରିଡା, ଧୀରେନ୍ଦ୍ର ପ୍ରତାପ ସମେତ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେଉଁଝର ଜିଲ୍ଲାରୁ ୪୨ଜଣ କର୍ମକର୍ତ୍ତା ବୈଠକରେ ଯୋଗଦାନ କରିଥିଲେ । ଶେଷରେ ଆସୋସିଏସନର ଯୁଗ୍ମ ସମ୍ପାଦକ ତଥା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ମହାସଚିବ ସରୋଜକାନ୍ତ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *