ଆସ୍ପେୟାରା ପକ୍ଷରୁ ଅନ୍ତର୍ଜାତୀୟ ବାଳିକା ଦିବସ


ଆନନ୍ଦପୁର(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଆସ୍ପେୟାରା ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଆସ୍ପେୟାରର ଆନନ୍ଦପୁର କ୍ଲଷ୍ଟର ଚିଫ ଆଶୁତୋଷ ରଣା ଏବଂ ଆଇସିଡ଼ିଏସ ଲଳିତା ମହାନ୍ତଙ୍କ ନେତୃରେ ବାଳିକ ଦିବସ ପାଳିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ପୌରପରିଷଦ ୩ ୱାର୍ଡ ଦଳେଇସାହି ପ୍ରାଥମିକ ବିଦ୍ୟାଳୟ ନିକଟରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଜନସଚେତନ କରାଇଥିଲେ। ଅଞ୍ଚଳର ବିଭିନ୍ନ ସାହି ବସ୍ତି ବୁଲି ବାଲ୍ୟ ବିବାହ ବନ୍ଦ କରିବା, ବାଳିକା ମାନଙ୍କୁ ପାଠ ପଢେଇବା, ବେଟି ବଚାଓ ବେଟି ପଢ଼ାଓ ଭଳି ସଚେତନେତା କରାଇଥିଲେ। ଏଥିରେ ଆସ୍ପେୟାର କ୍ଲଷ୍ଟର ସିଇରାସି ଟିଚର ରୁପାଲୀ ରାଉତ, ଜିପିସିଏମ ଦିଲୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *