ନୂଆଦିଲ୍ଲୀ: ଆସାମରେ ଶୁକ୍ରବାର ଦିନ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ମିଳିଥିବା ସୂଚନା ମୁତାବକ ସକାଳ ପ୍ରାୟ ୬ଟା ୧୩ ମିନିଟରେ ମୋରିଗାନ୍ ଅଞ୍ଚଳରେ ଏହି ଝଟକା ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୨.୮ ।

ସକାଳ ପ୍ରାୟ ୬ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିବା ନେଇ ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଲୋକ ମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲା ବେଳେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଗତକାଲି ମଧ୍ୟ ଆସାମର ତେଜପୁର ଅଞ୍ଚଳରେ ଦିନ ୧୦ଟା ବେଳକୁ ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୩.୬ ।

Leave a Reply

Your email address will not be published. Required fields are marked *