ଆଶାକର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ

ଆଶାକର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ

News by B.Mishra (BBSR)

#ଭୁବନେଶ୍ୱର (ଏନ୍‌.ଏମ୍‌.): ଆଶାକର୍ମୀଙ୍କ ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ ସଫଳ କରିବା ନିମନ୍ତେ ଆଜି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ଆହ୍ୱାନ ଦିଆଯାଇଛି । ଆଶାକର୍ମୀ ସଂଘ ନେତା ବସନ୍ତ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ରାଜ୍ୟ ସଭାପତି ବିଜୟ ଜେନା, ସାଧାରଣ ସମ୍ପାଦିକା ନମିତା ସାହୁ ଯୋଗଦେଇ ଆଶାକର୍ମୀଙ୍କ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହା ବିରୋଧରେ ଆଗାମୀ ଆନ୍ଦୋଳନକୁ ସଫଳ ନିମନ୍ତେ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆଶାକର୍ମୀଙ୍କ ବିଭିନ୍ନ ଦାବି ଯଥା ଜାତୀୟ ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ଅନୁଯାୟୀ ଆଶାକର୍ମୀଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ପେନ୍‌ସନ୍‌, ସାମାଜିକ ନିରାପତ୍ତା, ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ମାସିକ ଭତ୍ତା ପ୍ରଦାନ, ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ଅନ୍ୟାନ୍ୟ ଯୋଜନାର ଦେୟ ଆଶାମାନଙ୍କର ଜମାଖାତାରୁ କଟାଯିବା ବନ୍ଦ କରିବା ସହ ସରକାର ବୀମା ଯୋଜନାର ପ୍ରିମିୟମ ପ୍ରଦାନ, ସମସ୍ତ ପ୍ରୋତ୍ସାହନ ରାଶିକୁ ମିଶାଇ ମୋଟ ୨୧ହଜାର ଟଙ୍କା ଭତ୍ତା ପ୍ରଦାନ, ଆଶାକର୍ମୀଙ୍କ ବହିଷ୍କାର ବୟସ ସୀମା ୬୫ବର୍ଷକୁ ବୃଦ୍ଧି ସହିତ ବହିଷ୍କାର ସହାୟତା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି, ଜନନୀ ସୁରକ୍ଷା ଯୋଜନାର ଅନୁଦାନ ବୃଦ୍ଧି ସହ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସନ୍ତାନ ଜନ୍ମ ହେଲେ ସହାୟତା ରାଶି ପ୍ରଦାନ, ଆଶାକର୍ମୀଙ୍କ ପାଇଁ ଗଠିତ ସଂସଦୀୟ କମିଟିର ସୁପାରିଶ୍ ଯଥା ଦଶ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏ.ଏନ୍‌.ଏମ୍‌. ପଦୋନ୍ନତି, ୫ବର୍ଷ ଅଭିଜ୍ଞତା ଥିବା ଆଶାକର୍ମୀଙ୍କ ନର୍ସିଂ ସ୍କୁଲ କଲେଜରେ ତାଲିମ ପାଇଁ ସ୍ଥାନ ସଂରକ୍ଷଣ ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ ସଂଗଠିତ କରାଯିବ । ଏହି ବୈଠକରେ ଟୁନି ମାନସିଂହ, ପ୍ରଭାତି ଚୌଧୁରୀ, ସରସ୍ୱତୀ ସତ୍ୟ, ମଞ୍ଜୁଲତା ଭୋଇ, ମମତା ରାଉତ, ସନ୍ତୋଷିନୀ ପଟ୍ଟନାୟକ, ଆଲୋକ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *