ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ

ଆରପାରିରେ ସିଏମସିର ପ୍ରଥମ ମେୟର ନିବେଦିତା ପ୍ରଧାନ


କଟକ(ଏନ୍‌.ଏମ୍‌.): ବିଜେପିର ପ୍ରବୀଣା ନେତ୍ରୀ, ସଂଗଠକ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ(କୁନି ଅପା) ଆଉ ନାହାନ୍ତି । ୬୦ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ସେ ନିମୋନିଆ ଏବଂ ସେପ୍ଟିସେମିୟାରେ ପୀଡ଼ିତ ଥାଇ ଆଇସିୟୁରେ ଚିକତ୍ସିତ ହେଉଥିଲେ । ତେବେ ତାଙ୍କ ପରଲୋକଗତ ଖବର ପାଇ କଟକ ବିଜେପିରେ ଶୋକର ଛାୟା ଖେଳି ଯାଇଛି । ନର୍ସିଂହୋମରୁ ତାଙ୍କ ମୃତ ଶରୀରକୁ ଏକ ଶୋଭାଯାତ୍ରାରେ ମାତାମଠ, ମଣିସାହୁ ଛକ, ବକ୍ସିବଜାର, ଦରଘା ବଜାର, ଚୌଧୁରୀ ବଜାର ହୋଇ ସିଏମସି କାର୍ଯ୍ୟାଳୟ, ପରେ ଝୋଲା ସାହି, ନିମସାହି, ସେମିନାରୀ ଛକ, ହରିପୁର, ଦୋଳମୁଣ୍ଡାଇ ଦେଇ ସଙ୍ଗମ ଟକିଜ ନିକଟସ୍ଥ ବାସଭବନକୁ ନିଆଯିବା ପରେ ସେଠାରୁ ଦୋଳ ମୁଣ୍ଡାଇ ଛକ ଦେଇ ବାଦାମ ବାଡ଼ି ଛକ ପରେ ଖାନନଗର ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ଦିଆଯାଇଛି । ତେବେ ତାଙ୍କ ମୃତ୍ୟୁଶଯ୍ୟା ନିକଟକରେ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା, ସ୍ଥାନୀୟ ମୁରବୀ ବହୁ ଲୋକପ୍ରତିନିଧି ଉପସ୍ଥିତଥିଲେ । ଏହି ପରିପ୍ରେକ୍ଷୀରେ ବିଜେପି କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁ ଗଭୀର ଶୋକ ବ୍ୟକ୍ତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *