ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ

ଆରପାରିରେ ଡାକ୍ତର ଗଦାଧର ଷଡ଼ଙ୍ଗୀ


କଟକ(ଏନ୍‍.ଏମ୍‍.): ସୁନାମଧନ୍ୟ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଗଦାଧର ଷଡ଼ଙ୍ଗୀଙ୍କ ବିୟୋଗ ହୋଇଯାଇଛି । ସେ ହୃଦଘାତ ଜନିତ ଚିକିତ୍ସାଧିନ ଥିବାବସ୍ଥାରେ ଆଜି ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ଷଡଙ୍ଗୀଙ୍କ ପୁତ୍ର-ପୁତ୍ରବଧୁମାନେ ଦେଶ ବାହାରେ ରହୁଥିବାରୁ ସେମାନେ ପହଞ୍ôଚବା ପରେ ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ । କଟକ ରାଣୀହାଟସ୍ଥିତ ବାସ ଭବନରେ ମୃତଦେହ ସଂରକ୍ଷିତ ରଖାଯାଇଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଳଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଡାକ୍ତର ସ୍ୱର୍ଣ୍ଣ ମହାପାତ୍ର ଓ ଅନ୍ୟାନ୍ୟ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ରଥ, ବରିଷ୍ଠ ଫଟୋ ସାମ୍ବାଦିକ ପଦ୍ମଲୋଚନ ମିଶ୍ର, ଡାକ୍ତର ପ୍ରତାପ ଚନ୍ଦ୍ର ରଥ, ଶରତ କୁମାର ରଥ, ଡାକ୍ତର ଜସ୍ମିନ ରଥ, ସାମ୍ବାଦିକ ତପନ କୁମାର ସାହୁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *