ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ

ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସ : ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବିତରଣ

News by Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.): ‘ପାଠପଢି ବଡ଼ ମଣିଷ ହୁଅ । ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଥିଲେ ବି ନିଜର ଗାଁ ମାଟିକୁ ଭୁଲି ଯାଅନି’ ବୋଲି ଆମ୍ୱିଳି ଗାଁ ବିକାଶ ପରିଷଦର ପ୍ରତିଷ୍ଠା ଦିବସରେ ଅତିଥିମାନେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କୋଣାର୍କ ନିକଟ ଆମ୍ୱିଳି ଗାଁ ସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଆମ୍ୱିଳି ଗାଁ ବିକାଶ ପରିଷଦର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ବିକାଶ ପରିଷଦର ସଭାପତି ରାଜକିଶୋର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା ମୁଖ୍ୟ ଅତିଥି, ଶିକ୍ଷାବିତ୍ ଗୋପୀନାଥ କର ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ଶରତ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ତଥା ଶିଶୁ ସାହିତ୍ୟିକ ପ୍ରକାଶ ଚନ୍ଦ୍ର ଖଟୋଇ, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ମହଲପଡା ସରପଞ୍ଚ ଶୀର୍ଷରଞ୍ଜନ ନାୟକ, ବିକାଶ ପରିଷଦର ଉପସଭାପତି ବାଉରୀବନ୍ଧୁ ସ୍ୱାଇଁ, କୋଷାଧ୍ୟକ୍ଷ ନିରଞ୍ଜନ ପରିଡ଼ା, ସମାଜସେବୀ ରାମକୃଷ୍ଣ ମହାନ୍ତି ଓ ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଆମ୍ୱିଳି ଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ କିଟ୍ ଓ ପ୍ରଶଂସାପତ୍ର ବିତରଣ କରିଥିଲେ । ଆମ୍ୱିଳିଗାଁ ୟୁଜିୟୁପି ସ୍କୁଲର ପୂର୍ବତନ ମେଧାବୀ ଛାତ୍ର ପ୍ରତାପ କୁମାର ମହାରଣା ଆଇଆଇଟି, ଖଡ଼ଗପୁରରେ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତାପଙ୍କ ଅଧ୍ୟୟନ ନିମନ୍ତେ ଆର୍ôଥକ ସହାୟତା ଯୋଗାଇ ଦେବାପାଇଁ ଆମ୍ୱିଳି ଗାଁ ବିକାଶ ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା । ବିକାଶ ପରିଷଦର ଟ୍ରଷ୍ଟି ସାମ୍ବାଦିକ ସଞ୍ଜୟ ପତି ସଭାକୁ ସଂଯୋଜନା କରିଥିଲେ । ପରିଷଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସଂଗଠନର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସମାଜସେବୀ ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦର ଟ୍ରଷ୍ଟି ଅକ୍ଷୟ କୁମାର ସ୍ୱାଇଁ ଓ ବିଷ୍ଣୁପ୍ରସାଦ ଦାଶ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *