ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ସାଧାରଣ ସଭା

ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ସାଧାରଣ ସଭା


କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ, ସେକ୍ଟର ୧୩ ସି୍ଥତ ବାଲ୍ମିକୀ ନଗର ଆଦିବାସୀ ସାହି ଠାରେ ଆଦିବାସୀ ସେଙ୍ଗଲ ଅଭିଯାନ (ଏଏସଏ) ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଏଏସଏର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ସଲଖାନ ମୁର୍ମୁ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଏହି ସଭାରେ ଆଦିବାସୀ ସମାଜରେ ବ୍ୟାପ୍ତ ବିଭିନ୍ନ ଅନ୍ଧ ବିଶ୍ୱାସ ଯଥା ଗୁଣି ଗାରେଡି, ଡାହାଣୀ ଇତ୍ୟାଦି ବିଷୟରେ ସମସ୍ତ ଆଦିବାସୀ ମହିଳା ଓ ପୁରୁଷଙ୍କୁ ସଚେତନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମଧ୍ୟ ଆଦିବାସୀ ସମାଜରେ ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ବହୁ ସାରଗର୍ଭକ ଉପଦେଶ ଦେଇଥିଲେ । ଅନ୍ଧ ବିଶ୍ୱାସ ଦ୍ୱାରା କେବଳ ନିଜର କ୍ଷତି ହେଉନାହିଁ ବରଂ ସମାଜର ଅନେକ ଅହିତ ସୃଷ୍ଟି କରୁଛି । ଭାରତ ଭଳି ଗୋଟିଏ ଧର୍ମନିରେପେକ୍ଷ ରାଷ୍ଟ୍ରରେ କୌଣସି ପୂଜାବିଧିରେ ଅଙ୍କୁଶ ରହିନଥିଲେ ମଧ୍ୟ ଅନ୍ଧବିଶ୍ୱାସ, ବଳି ଆଦି ଯୋଗୁଁ ସମାଜ କଳୂଷିତ ହେଉଛି ତେଣୁ ଅନ୍ଧବିଶ୍ୱାସକୁ ଦୂର କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଆମକୁ ସମୟ ସହିତ ପାଦମିଳେଇ ଚାଲିବାକୁ ପଡ଼ିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ପୁନଶ୍ଚ ଆଦିବାସୀମାନେ ନିଶାପାଣିରୁ ମଧ୍ୟ ଦୂରେଇ ରହିବା ସହ ସାମାଜିକ ଉନ୍ନତି କ୍ଷେତ୍ରରେ ମନୋନିବେଶ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଶ୍ରୀ ମୁର୍ମୁଙ୍କ ପତ୍ନୀ ତଥା ସମାଜସେବୀ ସୁମିତ୍ରା ମୁର୍ମୁ, ଏଏସଏ କେନ୍ଦୁଝର ଜୋନ ସଭାପତି କଲ୍ୟାଣ ବାସ୍କେ, ଏଏସଏ କଟକ ସଭାପତି ସିଙ୍ଗ୍ରାୟ ହେମ୍ବ୍ରମ, ଉପସଭାପତି ରବୀନ୍ଦ୍ରନାଥ ସୋରେନ, ସମ୍ପାଦକ ଦୁର୍ଗା ମୁର୍ମୁ, ସହସମ୍ପାଦକ ମେଘରାୟ ହେମ୍ବ୍ରମ ଯୋଗଦେଇଥିବାବେଳେ ନିମନ୍ତ୍ରିତ ଅତିଥି ଭାବେ ଅଖିଳ ଓଡିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦ ସଭାପତି ତଥା ବସ୍ତି ନେତା ବୃନ୍ଦାବନ ଦାସ ଆଜାଦ ଯୋଗ ଆଦିବାସୀମାନେ ଏକମନ ହୋଇ ଏକତ୍ରିତ ଭାବେ ରହିଲେ ସମସ୍ତ ସମସ୍ୟାର ସମାଧାନ ତ୍ୱରିତ ହେବାରେ ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *