ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ

ଆଠଗଡ଼ରେ ନଭେମ୍ବର ୨୪ରୁ ଗଡଜାତ ମହୋତ୍ସବ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଆଠଗଡ ଅଞ୍ଚଳ ପ୍ରଖ୍ୟାତ ସାଂସ୍କୃତିକ କାର୍ଯ୍ୟକ୍ରମ ଗଡଜାତ ମହୋତ୍ସବ -୨୦୨୨ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଡଜାତ ପରିକ୍ରମା ଆୟୋଜନରେ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଗଡଜାତ ପରିକ୍ରମା ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ପୌରହିତ୍ୟ କରିଥିଲେ । ବୈଠକରେ ଅନୁଷ୍ଠାନ ସମ୍ପାଦକ ଲଲାଟେନ୍ଦୁ ସେନାପତି ମହୋତ୍ସବ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ଆସନ୍ତା ନଭେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ଏହି କାର୍ଯ୍ୟକ୍ରମ ହେବାକୁ ସର୍ବ ସମ୍ମତିକରେ ନିଷ୍ପତ୍ତି ନିଆଯାଇଛି । ଗଡଜାତ ମହୋତ୍ସବର ଉଦ୍ଦେଶ୍ୟ ହେଲା ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର ଅଞ୍ଚଳର ଲୋକକଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଲୋକଲୋଚନକୁ ଆଣି ମହୋତ୍ସବରେ ପ୍ରଦର୍ଶନ କରାଯିବ । ଏହା ବ୍ୟତୀତ ଚାରି ଗଡ଼ଜାତିଆ ଭାଇମାନେ ଗୋଟିଏ ମଞ୍ଚରେ ଏକାଠି ହେବା ସହ ୨୬ ଗୋଟି ଗଡଜାତକୁ ଗୋଟିଏ ମଞ୍ଚରେ ଯୋଡ଼ାଯିବ । ଚଳିତ ମାସ ୧୪ ତାରିଖରେ ଆଠଗଡ ଉପଜିଲ୍ଲାପାଳଙ୍କୁ ଗଡଜାତ ମହୋତ୍ସବ ଡିସେମ୍ବର ୧୩ ଠାରୁ ୧୭ ପର୍ଯ୍ୟନ୍ତ ପାଳନ କରିବା ପାଇଁ ମହୋତ୍ସବ ପଡିଆକୁ ଅନୁମତି ମଗାଯାଇ ଥିଲା । ଆଠଗଡ ଉପଜିଲ୍ଲାପାଳ ଗଡଜାତ ମହୋତ୍ସବ ଅନୁମତି ଦେଖିକି ଦୀର୍ଘ ୮ ବର୍ଷ ଧରି ବନ୍ଦ କରି ଦିଆଯାଇଥିବା ଆଠଗଡ ମହୋତ୍ସବକୁ ଆରମ୍ଭ କରିବା ପାଇଁ ଆଠଗଡ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଥିଲେ । ଆଠଗଡ ପ୍ରଶାସନ ଡିସେମ୍ବର ୧୫ ରୁ ୨୨ ପର୍ଯ୍ୟନ୍ତ ଆଠଗଡ ମହୋତ୍ସବ ପାଳନ କରୁଥିବାରୁ ଗଡଜାତ ପରିକ୍ରମା ପ୍ରସ୍ତୁତି କମିଟି ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ଏଥିରେ ବିଜେପି ନେତା ବ୍ରଜେନ୍ଦ୍ର ରାୟ, ଶଙ୍କର୍ଷଣ ମହାନ୍ତି, କଂଗ୍ରେସ କାଉନ ସିଲର ମନୋରଞ୍ଜନ ପଟ୍ଟନାୟକ, ବିଜେଡି ନେତା ବିଚିତ୍ରା ନନ୍ଦ ସେଠୀ, ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର, ଯୁବ କଂଗ୍ରେସ ନେତା ବିକ୍ରମ ରାୟ ସାମନ୍ତ, ପୂର୍ବତନ ସରପଞ୍ଚ ନୂତନ ରାଉତ, ପ୍ରକାଶ ସେଠୀ, ଆଇନଜୀବୀ ଚିତ୍ତରଞ୍ଜନ, ଆଠଗଡ ଯୁବ ସଂଗଠନ ସମ୍ପାଦକ ସରୋଜ ଦାସ, ପ୍ରଦୀପ ମହାପାତ୍ର, ନଚିକେତା ପରମାଣିକ, ନିମାଇଁ ଚରଣ ସାହୁ, ବିଜୟ ପରିଡା, ରମାକାନ୍ତ ସେନାପତି, ମୁନା ଦାସ, ସୁରେଶ ଚନ୍ଦ୍ର ପରିଡା, ବିଜୟ ନାୟକ, ସନ୍ତୋଷ ବାରିକ ପ୍ରମୁଖ ଯୋଗଦେଇ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *