ଆଠଗଡ଼ ମହୋତ୍ସବ ଉଦ୍‌ଘାଟିତ

ଆଠଗଡ଼ ମହୋତ୍ସବ ଉଦ୍‌ଘାଟିତ

News by Maheswar Behera (Athagarh)

ଆଠଗଡ(ଏନ୍‌.ଏମ୍‌.): ଆଗଠଡ଼ର ବହୁ ପ୍ରତୀକ୍ଷିତ ମହୋତ୍ସବ ଗଡ଼ଜାତ ମହୋତ୍ସବ ନୂଆ ରୂପରେ ଆଠଗଡ ମହୋତ୍ସବ ନାମରେ ଆଜି ସନ୍ଧ୍ୟାରେ ଶୁଭାରମ୍ଭ ହୋଇଛି । ବିଗତ ସାତ ବର୍ଷ ଧରି ବନ୍ଦ୍ ରହିଥିବା ଏହି ମହୋତ୍ସବ ପୁନର୍ବାର ଆରମ୍ଭ ହେବା ଯୋଗୁଁ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲୀପ ତିର୍କୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହୋତ୍ସବର ଆବାହକ ତଥା ଆଠଗଡ ଉପଜିଲ୍ଲପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସସ୍ମିତା ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ କଟକଣା ଉଠିବା ପରେ ପୁନର୍ବାର ଏହି ମହୋତ୍ସବ ଆରମ୍ଭ ହୋଇ ଥିବାରୁ ସାଧାରଣ ଏହାକୁ ଉପଭୋଗ କରିବାକୁ ଉତ୍ସାହ ପ୍ରକାଶ ପାଇଛି । ସନ୍ଧ୍ୟାରେ ଓଡିଶୀ ନୃତ୍ୟ ଓ ପାଲା ପରିବେଷଣ ହେବା ପରେ ବିଶିଷ୍ଟ କଳାକାର ହିୟମାନ ସାଗର ଓ ଇରା ମହାନ୍ତି ସଙ୍ଗୀତ ପରିବେଷଣ କରିବାର କାର୍ଯକ୍ରମ ରହିଛି । ତେବେ ବ୍ୟାପକ ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ଆଜି ପ୍ରଥମ ଦିନରେ ଦର୍ଶକ ମାନଙ୍କ ଆଶାନୁରୂପ ଗହଳି ହୋଇନଥିଲା । ଅଧିକାଂଶ ଷ୍ଟଲ ଖାଲି ଥିବା ଦେଖାଯାଇଥିଲା । ଗତ ଦୁଇଦିନ ହେଲା ପୁରୁଣା ବସ ଷ୍ଟାଣ୍ଡ ଠାରୁ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଝୋଟି ପକାଇ ସୁସଜ୍ଜିତ କରାଯିବା ଶହ ରଙ୍ଗୀନ ଆଲୋକ ମାଳା ରେ ସଜାଯାଇଥିଲ । ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ, ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ପାରିଷଦ ବୃନ୍ଦ ମଞ୍ଚ ଉପରେ ଉପସ୍ଥିତ ଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହା ପାଞ୍ଚଦିନ ଧରି ଚାଲିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *