ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା


କଟକ(ଏନ୍‌.ଏମ୍‌.): ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ନିଆରା ମଣିଷ ବୃନ୍ଦାବନ ଦାସ ଆଜାଦ । ଦିନରାତି କଟକର ଗରିବ ଦଳିତ ତଥା ନିଷ୍ପେସିତଙ୍କ ପାଇଁ କାର୍ଯ୍ୟ କରୁଥିବା ଆଜାଦ ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରି ଆଉଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ କଟକ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଆଜାଦ ନିଜପାଇ ନକରି ଅନ୍ୟର ସୁଖ ପାଇ ବଞ୍ôଚଥିବା ମତପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଶ୍ରୀ ଆଜାଦ ଆଜୀବନ ଅବିବାହିତ ରହି ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବାବେଳେ କଟକ ସହରର ହଜାର ହଜାର ଗରିବ ମାନଙ୍କୁ ମାଗଣାରେ ଭତ୍ତା, ବିପିଏଲ କାର୍ଡ, ଅନ୍ତଦୋୟ କାର୍ଡ, ରେସନକାର୍ଡ ଏବଂ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଇ ଆତ୍ମତୃପ୍ତି ଲାଭ କରିଥାନ୍ତି । ନିଜର ମୁଣ୍ଡ ଗୁଞ୍ଜିବାକୁ ଅନ୍ୟ କୌଣସି ଠାରେ ଘର ନଥାଇ ମଧ୍ୟ ନିଜ ଘର ଉଚ୍ଛେଦ ହେବାପରେ ସରକାରଙ୍କ ତରଫରୁ ବସ୍ତିବାସିନ୍ଦାଙ୍କ ପାଇଁ ଥଇଥାନ ପ୍ୟାକେଜ ବାବଦରେ ଘର ପାଇଁ ଜମି ଏବଂ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲେ ମଧ୍ୟ ଏ ଏହାକୁ ଗ୍ରହଣ କରିବାକୁ ଚାହିଁ ନଥିଲେ । ଉକ୍ତ ସହାୟତାକୁ ପ୍ରତ୍ୟାଖାନ କରିବା ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଯେ ହେତୁ ସେ ଲୋକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ସହିତ ଲଢ଼ୁଛନ୍ତି ତେଣୁ ନୈତିକତା ଦୃଷ୍ଟିରୁ ଥଇଥାନ ପ୍ୟାକେଜ ନେବାଟା ଠିକ ହେବ ନାହିଁ ବୋଲି ଆଜାଦ କହିଛନ୍ତି । ଏପରିକି ସେ ମୃତ୍ୟୁପରେ ଶରୀର ଦାନ କରିବା ପାଇଁ ଚୁକ୍ତି କରିଥିବା ଦର୍ଶାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *