ଆଜାଦଙ୍କୁ “ଉତ୍କଳ କେଶରୀ ଡଃ. ମହତାବ ସମାଜ ସେବକ ସମ୍ମାନ ୨୦୨୫


କଟକ(ଏନ୍‌.ଏମ୍‌): ବିଶିଷ୍ଟ ବସ୍ତି ନେତା ତଥା ସଂଗ୍ରାମୀ ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ “ଉତ୍କଳ କେଶରୀ ଡଃ ମହତାବ ସମାଜସେବୀ ସମ୍ମାନ ୨୦୨୫’ପ୍ରଦାନ କରାଯାଇଛି। ସ୍ଥାନୀୟ ଟାଉନହଲ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ରାଜ୍ୟ ଆଇନ, ପୂର୍ତ୍ତ ତଥା ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏବଂ ରାଜ୍ୟ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ବିଶିଷ୍ଟ ଶିଳ୍ପୀ ରବି ରଥଙ୍କ ଉପସ୍ଥିତିରେ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯାଇ ଥିଲା। ସୂଚନାଯୋଗ୍ୟ ଯେ, ଶ୍ରୀ ଆଜାଦ୍ ତାଙ୍କର ଦୀର୍ଘ ୧୦ଦଶନ୍ଧିରୁ ଉର୍ଦ୍ଧ୍ୱ କାଳର ସାମାଜିକ ଜୀବନରେ ହଜାର ହଜାର ଗରିବ ଲୋକଙ୍କ ବିପିଏଲ କାର୍ଡ, ରେଶନ କାର୍ଡ, ଭତ୍ତା ଏବଂ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ସହିତ ଆଜୀବନ ଅବିବାହିତ ରହିବା ସହ ନିଜର ମୃତ୍ୟୁ ପରେ ନିଜ ଶରୀରକୁ ଡାକ୍ତରୀ ଛାତ୍ରମାନଙ୍କ ଗବେଷଣା କରିବାକୁ ପ୍ରଦାନ କରି ଦେଇଛନ୍ତି। ଏପରିକି ବସ୍ତି ଉଚ୍ଛେଦ ବେଳେ ତାଙ୍କର ଘରକୁ ସରକାର ଉଚ୍ଛେଦ କରିବା ସମୟରେ ତାଙ୍କୁ ନିୟମ ଅନୁଯାୟୀ ରହିବା ପାଇଁ ଜମି ଏବଂ ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ସେ ତାକୁ ନୀତିଗତ ଦୃଷ୍ଟିରୁ ପ୍ରତ୍ୟାଖ୍ୟାନ କରି ସ୍ୱତନ୍ତ୍ର ମାନବଧର୍ମକୁ ଉଦ୍‌ଯିବିତ ରଖିପାରିଛନ୍ତି।

Leave a Reply

Your email address will not be published. Required fields are marked *