ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ

ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ


କଟକ(ଏନ୍‌.ଏମ୍‌.): କଟକ ଖପୁରିଆ ସ୍ଥିତ ଓୟା ମଣ୍ଡପ ଠାରେ ଆକାଶବାଣୀ ଶ୍ରୋତା ପରିଷଦ ଓଡିଶା ତରଫରୁ ରଜ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ଏଥିରେ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ପ୍ରତିଷ୍ଠାତା ସମ୍ପାଦକ ଅଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ନୃତ୍ୟ, ଗୀତ, ପୋଡ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ୟାମାମଣି ଦେବୀ, ଏମ୍‌ସ ନୂଆ ଦିଲ୍ଲୀ ଡାକ୍ତର ଅନିତା ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ସାନୁ ମଲ୍ଲିକ, ଗୀତିକାର ଓମ୍ ପ୍ରକାଶ ମହାନ୍ତି ଯୋଗଦାନ କରି ଓଡିଶା ସଂସ୍କୃତିରେ ରଜ ପର୍ବ ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ଲେଖିକା ସୁଷମା ବାରିକ କବିତା ପାଠ କରିଥିଲେ । ଆକାଶବାଣୀ ଶ୍ରୋତା ପରିଷଦ ତରଫରୁ ବାବନ ଚନ୍ଦ୍ର ପାଲ, ହରେନ କୁମାର ମଣ୍ଡଳ, ଦୀପକ ଦାସ, ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ପଲ୍ଲବୀ ରାଉତ, ପ୍ରତାପ ଚନ୍ଦ୍ର ନାୟକ, ନଳିନୀ କାନ୍ତ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *