ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ପକ୍ଷରୁ ଆନ୍ଦୋଳନ

#ଭୁବନେଶ୍ୱର(ଏନ୍.ଏମ୍.): ବିଭିନ୍ନ ଦାବି ନେଇ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀମାନେ ବର୍ଷ ବର୍ଷ ଧରି ୬ ମାସିଆ ଠିକା କର୍ମଚାରୀ ଭାବେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ଟଙ୍କା ଓ ଖଲାସୀ ୧୧ହଜାର ୧ଶହ ଟଙ୍କା ଦରମା ଦିଆଯାଇଛି । ଫଳରେ ବିପଦ ବେଳେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ୧୯ଟି ଜିଲ୍ଲାରେ ଡ୍ରାଇଭର ଓ ଖଲାସି ମିଶି ୫୦୮ ଜଣ କର୍ମଚାରୀ କାମ କରିଥାନ୍ତି । ଜଣେ ଡ୍ରାଇଭର ୧୧ହଜାର ୧ଶହ ଟଙ୍କା ପାଉଥିଲେ ୬ମାସ କାମ କରି ଆଉ ୬ମାସ ସେମାନେ ବେକାର ହୋଇ ରହୁଛି । ତେଣୁ ସରକାର ବର୍ଷସାରା କାର୍ଯ୍ୟ କରିବାର ସୁଯୋଗ ଦେବାକୁ ସଂଘ ପକ୍ଷରୁ ଦାବି ହୋଇଛି । ତେବେ ସ୍ଥାୟୀ କର୍ମଚାରୀମାନଙ୍କୁ ବର୍ଷସାରା କାର୍ଯ୍ୟରେ ନିୟୋଜିତ କରାଯାଉଥିବାବେଳେ ଅସ୍ଥାୟୀ କର୍ମଚାରୀମାନଙ୍କୁ ଅଧା କାମ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ମହାସଂଘ ପକ୍ଷରୁ ଦର୍ଶା ଯାଇଛି । ପୁନଶ୍ଚ ଅସ୍ଥାୟୀ ଡ୍ରାଇଭର ଓ ଖଲାସୀମାନେ ବିଭିନ୍ନ ବ୍ଲକ ଓ ତହସିଲରେ କାମ କରୁଥିବାବେଳେ ସେଠାରେ ଖାଲିଥିବା ପଦବୀରେ ସେମାନଙ୍କୁ ମଧ୍ୟ ଯୋଗ୍ୟତା ଅନୁସାରେ କାର୍ଯ୍ୟରେ ଲଗାଇ ପାରିବେ ଓ ବନ୍ୟା ସମୟରେ ବୋଟ ଚଳାଇବା ପରି କାର୍ଯ୍ୟରେ ନିୟୋଜିତ କରିପାରିବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି କି ଯୁକ୍ତିଯୁକ୍ତ ଦାବିକୁ ବିଚାର କରି ସେମାନଙ୍କୁ ୬ ମାସ ପରିବର୍ତ୍ତେ ୧୨ ମାସର ନିଯୁକ୍ତି ପ୍ରଦାନ କରିବାକୁ କର୍ମକର୍ତ୍ତାମାନେ ଦାବି କରିଥିବା ସମ୍ପାଦକ ହିମାଂଶୁ ଭୂଷଣ ପଣ୍ଡା ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କରାଯାଇଥିବା ବିକ୍ଷୋଭରେ ସୁଶାନ୍ତ କୁମାର ମହାନ୍ତି, ରାଘବ ବେହେରା, ବାନାମ୍ବର ମୁଦୁଲି, ସୁଜୟ ଦାସ, ସନ୍ତୋଷ ରାୟ, ନିରଞ୍ଜନ ପଶ୍ଚିମକବାଟ, ରଞ୍ଜନ କୁମାର ପଣ୍ଡା, ଅଶୋକ ଦାସ, ଜଗନ୍ନାଥ ବେହେରା ତପନ କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଯଦି ଏହି ଦାବିଗୁଡ଼ିକୁ ସରକାର ତୁରନ୍ତ ପୂରଣ ନକରନ୍ତି ତେବେ ଆଗାମୀ ବିଧାନସଭା ସମୟରେ ପ୍ରବଳ ବିକ୍ଷୋଭ ହେବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

