ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

News by Rajendra Pradhan (Ctc)

#କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଡ୍ରିମସ୍ କଲେଜ ଛକଠାରେ ଚଢଉ କରାଯାଇ ଏକ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ବ୍ୟବହୃତ ମାରୁତି ଇକୋ କାର(ଓଆର-୦୪-ଏନ-୯୭୮୭) ସହିତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟେ ବିହାର ରାଜ୍ୟ ଭୋଜପୁର ଜିଲ୍ଲାର ଗୋବିନ୍ଦ ୟାଦବ(୨୮) ଓ ଗୁଡୁ କୁମାର(୨୦)ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ, ଗଜପତିରୁ ବିହାରକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ଏକ ଗୁପ୍ତ ଖବରକୁ ଭିତ୍ତି କରି ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ନିର୍ଦ୍ଦେଶରେ ଅଧୀକ୍ଷକ ସିଦ୍ଧେଶ୍ୱର ବେଶ୍ରାଙ୍କ ନେତୃତ୍ୱରେ ଏକ ଦଳ ଡ୍ରିମ୍‌ସ କଲେଜ ଛକ ନିକଟରେ ଜଗି ରହିଥିଲେ । ଗାଡିଟି ଛକ ଅତିକ୍ରମ କରୁଥିଲା ବେଳେ ଅବକାରୀ କର୍ମଚାରୀମାନେ ତାକୁ ଅଟକାଇ ଖାନତାଲସୀ କରିବାରୁ କାର ଡିକିରୁ ୪ଟି ଜରି ବସ୍ତାରେ ଥିବା ୧୦୪ କେଜି ଗଞ୍ଜେଇ ମିଳିଥିଲା । ଅବକାରୀ ଥାନା ପିଆର କେସ ନଂ ୧୫୨/୨୩ରେ ଏକ ଏନଡିପିଏସ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଚଢଉରେ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ଏଏସଆଇ ନଟବର ମଲ୍ଲିକ, ସାକିର ଉଲ୍ଲା, ରାଜକିଶୋର ନାଏକ, ଅଜୟ ବେହେରାଙ୍କ ସମେତ କନେଷ୍ଟବଳ ଅନ୍ତର୍ଯ୍ୟାମୀ ଆରଏନ ମଲ୍ଲିକ, ଦିଲଜିତ ଦାସ, ଦିଲ୍ଲିପ କୁମାର ନନ୍ଦ, ରୋଜାଲିନ ପଟ୍ଟନାୟକ, ଗୈାରାଙ୍ଗ ନାୟକ, ଦେବାଶିଷ ବେହେରା ପ୍ରମୁଖ ସାମିଲ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *