News by I&PR(Odisha)

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ

News by I&PR(Odisha)

ଭୁବନେଶ୍ୱର(ଏନ୍‌.ଏମ୍‌.): ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜିକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ । ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ । ୨୦୦୨ ଜୁନ୍ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ । ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହେବେ । https://agnipathvayu.cdac.in ୱେବ୍‌ସାଇଟ୍‌ରେ ଲଗ୍‌ଇନ୍ କରି ପ୍ରାର୍ଥୀମାନେ ପଞ୍ଜିକରଣ କରିବା ସହ ଅଧିକ ସୂଚନା ପାଇପାରିବେ ବୋଲି ସୂଚନା ବିଭାଗ ପକ୍ଷରୁ ଦିଆଯାଇଛି ।

Leave a Reply

Your email address will not be published. Required fields are marked *