ଅଗଷ୍ଟ ୧ତାରିଖ ଯାଏ ବଢ଼ିଲା ଆଶିଂକ ଲକ୍‌ଡାଉନ କଟକଣା


ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ଅମାନିଆମାନଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମଣ ପୂର୍ବଭଳି ରହିଛି । ତେଣୁ ଏଥର ରାଜ୍ୟର ସମସ୍ତ ଜିଲ୍ଲାକୁ କଟକଣା ମୁକ୍ତ କରାଯାଇ ନାହିଁ । ପୂର୍ବଭଳି କଟକଣା ବଳବତର ରହିବ ବୋଲି ଆଜି ଲକ୍‌ଡାଉନ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
ସଂକ୍ରମଣ ଦୃଷ୍ଟିରୁ ପୂର୍ବଭଳି ରାଜ୍ୟର ୩୦ଟି ଜିଲ୍ଲାକୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି । ଏ’ ବର୍ଗ ଓ ବି’ ବର୍ଗ । ଏ ବର୍ଗରେ ୨୦ଟି ଜିଲ୍ଲା ରହିଥିବାବେଳେ ବି’ ବର୍ଗରେ ୧୦ଟି ଜିଲ୍ଲା ରହିଛି । ତେବେ ଏହି ୧୦ଟି ଜିଲ୍ଲାରେ ସଂକ୍ରମଣ ସେଭଳି ହ୍ରାସ ପାଇନଥିବା ଯୋଗୁଁ ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ମୁକ୍ତ କରି ହୋଇ ନାହିଁ । ଯାହାଦ୍ୱାରା ଆଜି ରାଜ୍ୟରେ ପୁଣି ଆଂଶିକ ଲକଡାଉନ୍ ବଢ଼ିଛି । ଆସନ୍ତା ଅଗଷ୍ଟ ୧ ତାରିଖରେ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ । ତେବେ ସାରା ରାଜ୍ୟରେ ଲକଡାଉନ୍ ସମୟରେ ବସ୍ ଚାଲିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ।
ତେବେ ‘ଏ’ ବର୍ଗରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ୭ ଦିନ ଯାଏ ଦୋକାନ ଖୋଲିବ । ସେହିପରି କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ । ପୂର୍ବଭଳି କ୍ୟାଟେଗୋରୀ-ବି’ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ ବଳବତ୍ତର ରହିବ ।
ସେ ପୁଣି କହିଛନ୍ତି ଯେ, ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ‘ଏ’ବର୍ଗରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ୭ଦିନ ଯାଏ ସକାଳ ୬ଟାରୁ ରାତି ୮ଟା ଯାଏ ଦୋଦାକ ବଜାର ଖୋଲିବ । ସେହିପରି ‘ବି’ବର୍ଗରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ । ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ଶଟଡାଉନ୍ ମଧ୍ୟ ବଳବତ୍ତର ରହିବ । ତେବେ ‘ବି’ ବର୍ଗରେ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ । ପୁନଶ୍ଚ ସମଗ୍ର ରାଜ୍ୟରେ ବସ୍ ଚଳାଚଳ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ପୂର୍ବରୁ କେବଳ ‘ଏ’ ବର୍ଗ ଜିଲ୍ଲାରେ ବସ୍ ଚାଲିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏବେ ସବୁ ଜିଲ୍ଲାରେ ଚଳାଚଳ ହେବ । ବସରେ ଯେତିକି ସିଟ୍‌, ସେତିକି ଯାତ୍ରୀଙ୍କୁ ବସିବାକୁ ଅନୁମତି ମିଳିବ । କେବଳ ପୁରୀ ଜିଲ୍ଲାରେ ଜୁଲାଇ ୨୫ ତାରିଖ ଯାଏ ବସ୍ ଚଳାଚଳ ବନ୍ଦ ରହିବ । ପୁରୀରେ ବର୍ତ୍ତମାନ ରଥଯାତ୍ରା ଚାଲିଛି । ତେଣୁ ବାହୁଡା ଯାତ୍ରା ଶେଷ ଯାଏ ବସ୍ ଏହି ଜିଲ୍ଲାକୁ ବସ୍ ଚଳାଚଳ ବନ୍ଦ ରହିବ । ଏଥି ସହିତ ସାରା ରାଜ୍ୟରେ ଏଣିକି ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳା କରିପାରିବ । ସବୁ ଜିଲ୍ଲାରେ ଯେତିକି ସମୟ ଦୋକାନ ବଜାର ଖୋଲିବ, ସେହି ସମୟ ଭିତରେ ହିଁ ଗାଡ଼ି ଚଳାଚଳ କରିପାରିବ । ସେହିପରି ଦୀର୍ଘଦିନ ଧରି ବନ୍ଦ ଥିବା ପାର୍ଲର, ସ୍ପା, ଜିମ୍‌, ସେଲୁନ୍ ମଧ୍ୟ କାଲିଠାରୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାବ୍ୟତୀତ ଆଉଟ୍ ଡୋର୍ ସ୍ପୋର୍ଟସ୍ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ସେଠାକୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ । ରାଜ୍ୟ ସରକାର ସାରା ରାଜ୍ୟରେ ଇନଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ଶୁଟିଂକୁ ଅନୁମତି ଦେଇଛନ୍ତି । କିନ୍ତୁ ପୂର୍ବଭଳି ପାର୍କ, ଶପିଂ ମଲ୍‌, ସିନେମା ହଲ୍‌, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା, ତାହା ଜାରି ରହିବ । ସ୍କୁଲ୍‌, କଲେଜ, କୋଚିଂ ସେଣ୍ଟର ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ । ରାଜ୍ୟରେ ବାର୍ ଖୋଲିବାକୁ ଅନୁମତି ମିଳିବ ନାହିଁ । ହେଲେ ରେଷ୍ଟୁରାଣ୍ଟ ଖୋଲିବ । କିନ୍ତୁ ରେଷ୍ଟୁରାଣ୍ଟରେ ବସି ଖାଇହେବ ନାହିଁ । କେବଳ ଖାଦ୍ୟ ପାର୍ସଲ୍ ନେଇପାରିବେ ବୋଲି କହିଛନ୍ତି ।
ଏଥର ‘ଏ’ ବର୍ଗରେ ୨୦ ଓ ‘ବି’ବର୍ଗରେ ୧୦ ଜିଲ୍ଲା ପୂର୍ବପରି ରହିବ, ‘ଏ’ବର୍ଗରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ, ଏଥି ସହିତ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲିବ, ମାତ୍ର ‘ବି’ ବର୍ଗରେ ସଂଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ, ସେଠାରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ, କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ, ଏଥି ସହିତ ପାର୍କ, ମଲ୍‌, ସିନେମା ହଲ୍‌, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ, ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ । ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ, ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ, କାଟେଗୋରୀ ‘ବି’ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ।

By admin

Leave a Reply

Your email address will not be published. Required fields are marked *