ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ

ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ତରଫରୁ ଚାରାରୋପଣ

Aditya Kumar Paital (Baranga)

#ବାରଙ୍ଗ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାରଙ୍ଗ ବ୍ଲକର ବିଭିନ୍ନ ସ୍ଥାନର ରାସ୍ତାକଡ଼ରେ ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ସ୍ଥାନୀୟ ଗଣ୍ଡରପୁର ଧରମାନନ୍ଦ ସାସମଲ ଗଡା଼ଠାରୁ ପୁରୁଣା ଏ.ପି.ସ୍କୁଲ ମଧ୍ୟରେ ପଟିଆବନ୍ଧ ଗଡ଼ରେ ଶତାଧିକ ନିମ୍ବ ଗଛ, ଜାମୁକୋଳି, କରଞ୍ଜ ଆଦି ଚାରାରୋପଣ କରା ଯାଇଥିଲା । କାର୍ଯ୍ୟକମିଟି ବିକାଶ ମଞ୍ଚ ପଟିଆ ପାଞ୍ଚ ପଞ୍ଚାୟତ ସଭାପତ ଯୋଗୀ ନାଥ ଦାଶ ଉଦ୍‌ଘାଟନ କରିଥିବାବେଳେ ବିକାଶ ମଞ୍ଚରେ ଅଧ୍ୟକ୍ଷ ବସନ୍ତ ମହାପାତ୍ର ପରିଚାଳନା କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କାଙ୍ଗାଳି ଚରଣ ପରିଡା, ସମ୍ପାଦକ ମନୋଜ ସାସମଲ, ଅଜିତ କୁମାର ସାସମଲ, ବସନ୍ତ କୁମାର ସାସମଲ, ମନୋଜ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ରଥ, ସାନାତନ ସାସମଲ ପ୍ରମୁଖ ଯୋଗଦାନ କରିଥିଲେ । ବୃକ୍ଷ ରୋପଣର ୮ମ ଦିନରେ ପଦାସାହି ନିକଟ ରେଳ ବନ୍ଧ କଡରେ ୫୦ରୁ ଅଧିକ ଆମ୍ବ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳରେ ଅନ୍ୟତମ ସାମାଜସେବି ରବୀନ୍ଦ୍ର ପାତ୍ର ଉଦ୍‌ଘାଟନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *