ୱାର୍ଡ଼ ସମସ୍ୟା ତଦାରଖ କଲେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ


ଜଗତପୁର(ଏନ୍‌.ଏମ୍‌.): ସିଏମସି ୪୮ନମ୍ବର ୱାର୍ଡ ପୁରୁଣା ଜଗତପୁର ଅଞ୍ଚଳରେ କଟକ ଡେପୁଟି ମେୟର ଦମୟନ୍ତୀ ମାଝି ଆଜି ଅପରାହ୍ନରେ ୱାର୍ଡବାସୀଙ୍କ ସମସ୍ୟା ତଦାରଖ କରିଛନ୍ତି । ଉକ୍ତ ୱାର୍ଡ଼ରେ ସ୍ଥାନୀୟ କର୍ପୋରେଟର ନଳିନୀ ବେହୋରାଙ୍କ ସହିତ ୱାର୍ଡ ବିଜେଡି କର୍ମକର୍ତ୍ତା ମାନେ ପୁରୁଣା ଜଗତପୁର ଶନିଶ୍ଚର ମନ୍ଦିର ପାଖରୁ ଖର୍ଦ୍ଧା ସାହି, ଠାକୁର ସାହି, ତେଲି ସାହି, ଖଣ୍ଡାୟତ ସାହି ଓ ମଲ୍ଲିକ ସାହିର ବିଭିନ୍ନ ଅଞ୍ଚଳ ବୁଲି ଦୀର୍ଘ ଦିନ ଧରି ମୁଖ୍ୟତଃ ଡ୍ରେନ, ରାସ୍ତା ଓ ହାଇମାସ ଲାଇଟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ସ୍ଥାନୀୟ ବିରୂପା ଛକରେ ଏକ ହାଇମାସ ଲାଇଟ ଓ ଶନି ମନ୍ଦିର ପାଖରେ ଆଉ ଏକ ହାଇମାସ ଲାଇଟ ଲଗାଯିବ ବୋଲି ଅଞ୍ଚଳବାସୀ ଦାବି କରିଥିଲେ । ତେବେ ଖୁବ ଶିଘ୍ର ଏଥି ପାଇଁ ଉଦ୍ୟମ କରାଯିବ ବୋଲି ଡେପୁଟି ମେୟର ସୁଶ୍ରୀ ମାଝୀ ପ୍ରତିଶୃତି ଦେଇଥିଲେ । ସେ କଟକ ମହାଗନର ନିଗମର ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ସମେତ ୫୯ଗୋଟି ୱାର୍ଡର ସମସ୍ୟା ସମାଧାନ ଦିଗରେ ଉଦ୍ୟମ କରୁଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମିମାନଙ୍କ ମଧ୍ୟରେ ୪୮ନମ୍ବର ୱାର୍ଡ ସଭାପତି ବିଜୟ ଭୂୟାଁ, ଲଳିତେନ୍ଦୁ ଶତପଥି, ବିଭୁତି ବେହେରା, ତାପସ ମହାନ୍ତି, ବିଶ୍ୱଜିତ ମହାନ୍ତି, ବିଶ୍ୱଜିତ ରାଉତ, ଧରିତ୍ରୀ ମହାନ୍ତି, ଗୋପା ସାମଲ, ଫକୀର ଦଳାଇ, ତ୍ରିଥାନନ୍ଦ ପଣ୍ଡା, ରବିନ୍ଦ୍ର ଭୂୟାଁ, କଲ୍ୟାଣୀ ଭୂୟାଁ, ପ୍ରତିମା ଭୂୟାଁ, ଶ୍ରୀକାନ୍ତ ମହାନ୍ତି, କାଳିକିଙ୍କର ମୁର୍ଖାଜି, ଦିପ୍ତି ରଞ୍ଜନ ନାୟକ, ରମଣି ରଞ୍ଜନ ସ୍ୱାଇଁ, ମାନସ ରଞ୍ଜନ ବେହେରା, ପ୍ରଦୀପ କୁମାର ପଲେଇ, ନାଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *