୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

୪ର୍ଥ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ

News From Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.): ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସମୁଦ୍ର ଗୋଲଡେନ ବିଚ୍ ଠାରେ ବେଳାଭୂମି ସଂଯୋଗ ବା ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକନୃତ୍ୟ, ଲୋକ କଳା, ଯୋଗ, ସଡ଼କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, କୁଇଜ୍‌, ପିଲାମାନଙ୍କ ବିଭିନ୍ନ ଖେଳ, ଟଗ୍ ଅଫ୍ ୱାର, ମ୍ୟୁଜିକାଲ ଚେୟାର ଇତ୍ୟାଦି କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଣାର୍କ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ମିଡ଼ିଆ କନସଲଟାଣ୍ଟ ସିଦ୍ଧାର୍ଥ ରାୟ, ପୌର ସ୍ୱାସ୍ଥ୍ୟ ଅଧିକାରୀ ସୁନିଲ୍ କୁମାର ତରାଇ ପ୍ରମୁଖ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉପସ୍ଥିତ ଦର୍ଶକ, ପର୍ଯ୍ୟଟକ ଓ ପିଲାମାନେ ଏହାକୁ ମନୋଭରି ଉପଭୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *