୩ ସନ୍ତାନ ଥିବା ତମିଆଁ ସରପଞ୍ଚଙ୍କ ପଦବୀରୁ ବହିଷ୍କାର ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ଧାରଣା

୩ ସନ୍ତାନ ଥିବା ତମିଆଁ ସରପଞ୍ଚଙ୍କ ପଦବୀରୁ ବହିଷ୍କାର ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ଧାରଣା

୩ ସନ୍ତାନ ଥିବା ତମିଆଁ ସରପଞ୍ଚଙ୍କ ପଦବୀରୁ ବହିଷ୍କାର ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର ଧାରଣା


#ପାଟଣାଗଡ଼ (ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ସରପଞ୍ଚ ତେହେରା ବିବିଙ୍କ ତିନି ସନ୍ତାନ ଥିବାରୁ ପାଟଣାଗଡ଼ ସିଭିଲ ଜଜ ଗତ ନଭେମ୍ବର ୩୦ରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ପଞ୍ଚାୟତ ଦାୟିତ୍ୱ ହସ୍ତାନ୍ତର ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଗତ ଡିସେମ୍ବର ୧୧ରେ ପାଟଣାଗଡ଼ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିଭିଲ ଜଜଙ୍କ ରାୟ ବିରୋଧରେ ସରପଞ୍ଚ ଏଡିଜେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଡିଜେ କୋର୍ଟ ମଧ୍ୟ ସିଭିଲ ଜଜଙ୍କ ରାୟକୁ ସଂରକ୍ଷିତ ରଖିଥିଲେ । ବିଡ଼ିଓ ତଥାପି ମଧ୍ୟ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିନଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନଥିବାରୁ ବିଗତ ଦିନରେ ଆଦିବାସୀ ସଂଘ ତମିଆଁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା । ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆଦିବାସୀ ନେତାମାନେ ପାଟଣାଗଡ଼ ବ୍ଲକ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ଏଭଳି ଅନିୟମ କାର୍ଯ୍ୟ ହେଉଥିବା ବୋଲି ନିନ୍ଦା କରିଥିଲେ । ବ୍ଲକ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନର ଆଶ୍ରୟ ନେଇ ଉଚିତ ଜବାବ ଦେବାକୁ ଚେତାବନୀ ଦେଇଥିଲେ । ପରେ ଆନ୍ଦୋଳନ ସ୍ଥଳକୁ ପାଟଣାଗଡ଼ ଜିପିଇଓ, ଏବିଡ଼ିଓ ଆସି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ନିଜ ଜିଦରେ ଅଟଳ ଥିଲେ । ଉଚ୍ଚ ନ୍ୟାୟାଳୟର ନିୟମ ପାଳନ କରି ଅପରାହ୍ନ ୩ ଘଣ୍ଟା ସମୟରେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ । ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଆସନ୍ତା ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ରହିଛି । ଉକ୍ତ ତାରିଖ ପର୍ଯ୍ୟନ୍ତ କେହି ଦାୟିତ୍ୱ ହସ୍ଥାନର କରି ପାରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଅଭିଯୋଗକାରୀ ଅପେକ୍ଷା କରିବା ପାଇଁ ରାୟ ଦେଇଛନ୍ତି । ଆଜିର ଆନ୍ଦୋଳନରେ ସଂଘର ଧବଳେଶ୍ୱର ଭୋଇ, ଜଳ ଧରୁଆ, ସହଦେବ ଧରୁଆ, ଚୂଡ଼ାମଣି ଧରୁଆ, ସାନ ଭୁଏ, ରମେଶ କୁମୁରା, ଗୌରାଙ୍ଗ ବରିହା, ମଙ୍ଗଳୁ ବରିହାଙ୍କ, ଶେଷଦେବ ଭୋଇ, ବିରଞ୍ଚି ବୁଡ଼େକ, ମନୋଜ ସାହୁ, ଆନନ୍ଦ ଭୋଇ, କାଳିଆ ମେହେର, ପୁର୍ଣ୍ଣ ସାହୁ, ନିରୋଜ ବେହେରା, ସୁନୀଲ ମିଶ୍ରଙ୍କ ସହିତ ଶତାଧିକ ଆଦିବାସୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଲରମ୍ଭା ଥାନାଧିକାରୀ ମନୋଜ ପଧାନଙ୍କ ସହ ତାଙ୍କ ଷ୍ଟାଫ ଉପସ୍ଥିତ ଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ରାଜନୀତି ରାଜ୍ୟ