୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ

୩୩ତମ ସବ ଜୁନିୟର ସଫ୍ଟବଲ ଚାମ୍ପିଅନସିପ
ବାଳକରେ ରାଜସ୍ଥାନ, ବାଳିକାରେ ତେଲେଙ୍ଗାନା ଚାମ୍ପିଅନ
ବେସବଲ-୫ରେ ବାଳିକାରେ ଓଡ଼ିଶାକୁ ସ୍ୱର୍ଣ୍ଣ


କଟକ(ଏନ୍‌.ଏମ୍‌.): ୩୩ତମ ସବ-ଜୁନିୟର ସଫ୍ଟବଲ ଚାମ୍ପିଅନସିପ ପ୍ରତିଯୋଗିତା ଉଦଯାପତି ହୋଇଯାଇଛି । ସେହିପରି ପ୍ରଥମ ବେସବଲ-୫ ଚାମ୍ପିଅନସିପ ଶେଷ ହୋଇଛି । ବେସବଲ-୫ ପ୍ରତିଯୋଗିତାର ବାଳିକାରେ ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ ହାତେଇଛି । ସପ୍ଟବଲ ବାଳକରେ ରାଜସ୍ଥାନ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକାରେ ତେଲେଙ୍ଗାନା ଦଳ ପ୍ରଥମ ହୋଇଛି । ଅନ୍ୟପକ୍ଷର ବେସବଲ-୫ର ବାଳକରେ ମହାରାଷ୍ଟ୍ର ପ୍ରଥମ ହୋଇଛି । ସଫ୍ଟବଲ ଫାଇନାଲ ପ୍ରତିଯୋଗିତାରେ ରାଜସ୍ଥାନ ଦଳ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ଛତିଗଡ ରୌପ୍ୟ ଓ ଉତ୍ତରାଖଣ୍ଡ ବ୍ରୋଞ୍ଜ ପଦକ ହାସଲ କରିଛି । ଉକ୍ତ ବର୍ଗର ବାଳିକାରେ ତେଲେଙ୍ଗନା ସ୍ୱର୍ଣ୍ଣ ପଦକ, ମଧ୍ୟପ୍ରଦେଶ ରୌପ୍ୟ ଓ ରାଜସ୍ଥାନ ବ୍ରୋଞ୍ଜ ପଦକ ପାଇଛି । ଅନ୍ୟପକ୍ଷରେ ବେସବଲ-୫ର ଫାଇନାଲ ମୁକାବିଲାର ବାଳକ ବର୍ଗରେ ମହାରାଷ୍ଟ ପ୍ରଥମ, କର୍ଣ୍ଣାଟକ ରୌପ୍ୟ, ରାଜସ୍ଥାନ ବ୍ରେଞ୍ଜ ପଦକ ହାତେଇଥିବା ବେଳେ ବାଳିକା ବର୍ଗରେ ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ, ମହାରାଷ୍ଟ୍ର ରୌପ୍ୟ, ଦିଲ୍ଲୀ ବ୍ରୋଞ୍ଜ ପଦକ ହାସଲ କରିଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଆୟୁକ୍ତ(ଆରଡିସି) ଅନିଲ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି, ଭାରତୀୟ ସଫ୍ଟବଲ ଆସୋସିଏସନର ସାଧାରଣ ସମ୍ପାଦକ ଏଲ ଆର ମୌଯ୍ୟ, ଓଡ଼ିଶା ସଫ୍ଟବଲର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ଭାରତୀୟ ସଫ୍ଟବଲ ଆସୋସିଏସନର କୋଷାଧ୍ୟକ୍ଷ ଶ୍ରୀକାନ୍ତ ଥରାଟ, ଓଡ଼ିଶା ସଫ୍ଟବଲ କୋଷାଧ୍ୟକ୍ଷ ଶକ୍ତିରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ରାଜକିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅମୀୟ ଚାନ୍ଦ ଓ ସୁନିତା ବର୍ମା ଉଦଯାପନୀ ଉତ୍ସବକୁ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *