୧୬ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ମର୍ମନ୍ତୁଦ ବସ ଦୁର୍ଘଟଣା

୧୬ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ମର୍ମନ୍ତୁଦ ବସ ଦୁର୍ଘଟଣା

୧୬ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ମର୍ମନ୍ତୁଦ ବସ ଦୁର୍ଘଟଣା


#ଛତିଆ(ଏନ୍‌.ଏମ୍‌.): ଯାଜପୁର ଜିଲ୍ଲା ଛତିଆରେ ଏକ ଯାତ୍ରୀବାହୀ ବସ ସହ ବାଇକର ଧକ୍କା ହେବା ଯୋଗୁଁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଏହି ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଯାତ୍ରୀ ଆହତ ହୋଇଛନ୍ତି। ତେବେ ମୃତ ବ୍ୟକ୍ତିଙ୍କ ସଠିକ ପରିଚୟ ମିଳିପାରିନାହିଁ। ପ୍ରାପ୍ତ ଖବର ଅନୁସାରେ ଉକ୍ତ ବସଟି ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଆସିଥିବାବେଳେ ଛତିଆ ଛକରେ ଦୁର୍ଘଟଣା ଘଟିଥିଲା। ବସଟି ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ବସଟି ବାଇକକୁ ଧକ୍କାଦେବା ପରେ ବାଇକଟି ବସ ତଳେ ରହିଯାଇ ଥିବାରୁ ସେଥିରୁ ନିଆଁ ବ୍ୟାପୀ ବସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣା ପରେ ବସରେ ନିଆଁ ଲାଗିଯାଇଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେପଟେ ନିଆଁ ଲାଗି ବସଟି ସମ୍ପୂର୍ଣ୍ଣ ଜଳିଯାଇଛି। ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏହି ରାସ୍ତାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ପଶାସନର କୌଣସି ତତ୍ପରତା ପ୍ରକାଶ ପାଉଁ ନାହିଁ : ଯାହାର ସ୍ୱରୂପ ଆଜି ଏଠାରେ ଉତ୍ତଜନା ପ୍ରକାଶ ପାଇଛି। ଖରବ ପାଇଁ ଘଟାସ୍ଥଳରେ ପୁଲିସ ପହଞ୍ଚି ମୃତ ଓ ଆହତ ମାନଙ୍କୁ ଡାକ୍ତର ପଠାଇବା ସହ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ