୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି

୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ଜନ୍ମସ୍ଥାନ କଟକକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । ଏହି ଅବସରରେ ନେତାଜୀ ସୁଭାଷ ସ୍ମୃତି ସଂସଦ ପକ୍ଷରୁ ରାଷ୍ଟ୍ର ଭକ୍ତମାନଙ୍କୁ ଏକତ୍ରିତ କରାଇ “ନେତାଜୀ ସ୍ମାରକୀ ବାଖ୍ୟାନ ମାଳା’ ଅନୁଷ୍ଠିତ କରାଯାଉଛି । ଯାହା ଫଳରେ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସମ୍ପର୍କରେ ବିଶ୍ୱକୁ ଜଣାଇବା ଏବଂ ନେତାଜୀଙ୍କ ସମ୍ପର୍କରେ ଅନାଲୋଚିତ ବିଷୟରେ ଆଲୋଚନା କରିବା ସହ ରାଷ୍ଟ୍ର ଭକ୍ତି ସୃଷ୍ଟି କରିବା ଏହି ଏହାର ମୂଳ ଉଦ୍ଦେଶ୍ୟ ବୋଲି ସଂସଦ ପକ୍ଷରୁ କୁହାଯାଇଛି । ତେବେ ଚଳିତ ଜାନୁୟାରୀ ମାସ ୧୪ ତାରିଖ ମକର ସଂକ୍ରାନ୍ତି ସଂଧ୍ୟା ୫ ଘଟିକାରେ ସ୍ଥାନୀୟ ସହିଦ ଭବନ ଠାରେ ଆୟୋଜିତ ହେବାକୁ ଥିବା “ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ରେ ଯୋଗଦେବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଅଶ୍ୱିନୀ ଉପାଧ୍ୟାୟ ଉପସ୍ଥିତ ରହି ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ମାଟିରେ ଜନ୍ମ ନେଇ ଦେଶକୁ ସ୍ୱାଧୀନ କରିବା ପାଇଁ ଆଜାଦ୍ ହିନ୍ଦ୍ ଫୌଜ ଗଠନ କରିଥିଲେ । ମାତ୍ର ନେତାଜୀଙ୍କର ଏହି ଆଜାଦ୍ ହିନ୍ଦ୍ ଫଉଜକୁ କେତେକ କୁଚକ୍ରୀ ବିରୋଧ କରିଥିଲେ । ସାମ୍ପ୍ରତିକ ଭାରତର ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ସମ୍ପର୍କରେ ବକ୍ତବ୍ୟ ଦେବେ ବୋଲି ସଂସଦ ପକ୍ଷରୁ ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ଶମ୍ଭୁନାଥ ଗୋଏଙ୍କା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିବା ସହିତ ନେତାଜୀଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି । ଏଥି ସହିତ ଉକ୍ତ ଦିନ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଅଧିବକ୍ତା ଶ୍ରୀ ଉପାଧ୍ୟାୟ ନେତଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ ସହିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବେ ଏବଂ ମହାନଦୀର ଗଡ଼ଗଡ଼ିଆ ଘାଟ ଠାରେ ବାରବାଟୀ ଦୁର୍ଗର ସୌନ୍ଦର୍ଯ୍ୟକରଣ ପରିଦର୍ଶନ କରିବେ ବୋଲି ଶ୍ରୀଯୁକ୍ତ ଗୋଏଙ୍କା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ମାନସ ରଞ୍ଜନ ପଣ୍ଡା, ଅନ୍ୟତମ ଉପଦେଷ୍ଟା ଭବାନୀ ପ୍ରସାଦ ମିଶ୍ର, ବରିଷ୍ଠ ଶ୍ରମିକ ନେତା ବସନ୍ତ କୁମାର ସାହୁ ଏବଂ ସୁନୀଲ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *