ୟୁନିଫାଏଡ ପେନସନ ନୁହେଁ ଅବିକଳ ପୁରୁଣା ପେନସନ ଦରକାର
ଭୁବନେଶ୍ୱର(ଏନ୍.ଏମ୍.): ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଳମ୍ୱରେ ହେଲେ ମଧ୍ୟ କର୍ମଚାରୀମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମକୁ ଅନୁମୋଦନ କରାଯାଇଛି; ଯାହାକୁ କର୍ମଚାରୀ ମାନଙ୍କ ତରଫରୁ ସ୍ୱାଗତ କରାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କର୍ମଚାରୀମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଘୋଷଣା କରାଯିବାକୁ ଦାବି ହୋଇଛି। ୟୁନିଫାଏଡ ପେନସନ ସ୍କିମରେ ୨୫ ବର୍ଷରୁ କମ କାର୍ଯ୍ୟକରିଥିବା କର୍ମଚାରୀମାନଙ୍କ କଥା ବିଚାର କରାନଯିବା, ମହଙ୍ଗା ଭତ୍ତା ଏବଂ ଜିପିଏଫ ସମ୍ବନ୍ଧରେ ସ୍ପଷ୍ଟୀକରଣ ନଦେବା କର୍ମଚାରୀ ମାନଙ୍କୁ ଦ୍ୱନ୍ଦ୍ୱ ମଧ୍ୟରେ ରଖୁଛି। ଏଥିସହିତ ସବୁ ରାଜ୍ୟରେ ପୁରୁଣା ପେନସନ ପାଇଁ ଜୋରଦାର ବିରୋଧ କରୁଥିବାବେଳେ ଓଡ଼ିଶାର କର୍ମଚାରୀମାନେ ପୁରୁଣା ପେନସନ୍ ଯୋଜନା ବିନା ତାଙ୍କ ଭବିଷ୍ୟତ ଅନ୍ଧାର ବୋଲି ଓଡିଶା ପୁରୁଣା ପେନସନ ଅଭିଯାନ ସଭାପତି ବିଜୟ ମଲ୍ଲ, ପ୍ରଯତ୍ନ ବରାଳ, ପୂର୍ଣ୍ଣଚନ୍ଦ୍ର ଆଏଚ, ରଶ୍ମୀରଂଜନ ପାଢୀ, ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ବଙ୍କୀମ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା, ଅକ୍ଷୟ ମଲ୍ଲିକ, ଗୁରୁଗୋବିନ୍ଦ ଦଳାଇ, ଅଶ୍ୱିନୀ ମିଶ୍ର, ରବିନ୍ଦ୍ର ପ୍ରଧାନ, ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ, ଆଦିତ୍ୟ ନାରାୟଣ ସ୍ୱାଇଁ, ଶ୍ୟାମଳୀ ପଟ୍ଟନାୟକ, ଅନୀତା ବେହେରା, ଅନ୍ତର୍ଯ୍ୟାମୀ ଲେଙ୍କା, ସରୋଜ ସାମନ୍ତରାୟ ପ୍ରମୁଖ ଅନୁରୋଧ କରିଛନ୍ତି ଆମେ ଓଡିଶାର ସମସ୍ତ ସରକାରୀ କର୍ମଚାରୀ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବା ନିମନ୍ତେ ନିବେଦନ କରାଯାଇଛି।