ହରିଅନ୍ତା ପଞ୍ଚାୟତରେ ବିଜେପିର ନିର୍ବାଚନୀ ସମୀକ୍ଷା ବୈଠକ

ହରିଅନ୍ତା ପଞ୍ଚାୟତରେ ବିଜେପିର ନିର୍ବାଚନୀ ସମୀକ୍ଷା ବୈଠକ

ହରିଅନ୍ତା ପଞ୍ଚାୟତରେ ବିଜେପିର ନିର୍ବାଚନୀ ସମୀକ୍ଷା ବୈଠକ

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଗତ ସାଧାରଣ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ଆତ୍ମସମୀକ୍ଷା ଆରମ୍ଭ ହୋଇଛି । ସମ୍ପ୍ରତି ବିଜେପି ରାଜ୍ୟରେ ଶାସକଦଳ ଭାବେ ନିଜର ପ୍ରତିଷ୍ଠା କରିଥିଲେ ମଧ୍ୟ କିଛି କିଛି ଅଞ୍ଚଳରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ପରାଜୟର ସମ୍ମୁଖିନ ହେବାକୁ ପଡ଼ିଛି । ତେବେ ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେପି କାହିଁକି ଅଧିକ ଭୋଟ ପାଇବାରୁ ବଞ୍ଚିତ ହେଲା ଏ ନେଇ ସମୀକ୍ଷା ଆରମ୍ଭ ହୋଇଛି । ତେବେ ଏହି ସମୀକ୍ଷାରୁ ଯେଉଁ ନିଷ୍କର୍ଷ ବାହାରିବ ତାହାକୁ ପାଥେୟ କରି ଏହି ଅଞ୍ଚଳରେ ବିଜେପି ନିଜର ରଣ କୌଶଳ ଆରମ୍ଭ କରିବ ବୋଲି ବିଜେପି ନେତା ଅରିନ୍ଦମ ରୟ ସୂଚନା ଦେଇଛନ୍ତି ।
ଗତ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତର ସ୍ଥାନୀୟ ବ୍ରାହ୍ମଣୀ ଦେବୀ ମନ୍ଦିରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ହୋଇ ଯାଇଛି । ପଞ୍ଚାୟତ ସଭାପତି ସୁବୋଧ ରାଉତରାୟଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟାଙ୍ଗୀ-ସାଲେପୁରର ବିଜେପି ନେତା ଅରିନ୍ଦମ ରାୟ ଯୋଗ ଦେଇଥିବାବେଳେ ମଣ୍ଡଳ ସଭାପତି ଲକ୍ଷ୍ମଣ ସାହୁ ଓ ବରିଷ୍ଠ ସଂଗଠକ ଗୌରାଙ୍ଗ ଚରଣ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ୱାର୍ଡମାନଙ୍କରୁ ଦଳ ସପକ୍ଷରେ କେତେ ଭୋଟ ମିଳିଥିଲା ତାହାକୁ ନେଇ ଏକ ବିଚାର ବିମର୍ଶ କରାଯାଇଥିବାବେଳେ ଆଗକୁ ଏହାର ସମାଧାନ ସହ ନିଜନିଜ ୱାର୍ଡ଼ରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ତେବେ କିଛି ସମସ୍ୟା ଓ ଏହାର ସମାଧାନ ନିମନ୍ତେ ବିଜେପି ନେତା ଅରିନ୍ଦମ ରାୟଙ୍କ ଆଗରେ କର୍ମୀମାନେ ପ୍ରକାଶ କରିଥିବାବେଳେ ଏହାକୁ ଖୁବଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ରାୟ ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ଆଗକୁ କିଭଳି ପଞ୍ଚାୟତରେ ଦଳ ନିଜର ସ୍ଥିତିକୁ ମଜବୁତ୍ କରିପାରିବ ସେ ଦିଗରେ ପଦକ୍ଷେପ ନେବା ସହିତ ଆଗାମୀ ଦିନ ମାନଙ୍କରେ ପ୍ରତ୍ୟକ ଜନସାଧାଣଙ୍କ କିଭଳି ପ୍ରିୟ ଭାଜନ ହୋଇ ତାଙ୍କର ସୁଖ ଦୁଃଖରେ ସାଥୀ ପରି ଛିଡ଼ା ହୋଇ ତାଙ୍କୁ ସାହାଯ୍ୟ ସହଯୋଗ କରିହେବ ସେ ଦିଗରେ ବାର୍ତ୍ତା ରଖିଥିଲେ । ପଞ୍ଚାୟତର ପୂର୍ବତନ ମଣ୍ଡଳ ସଭାପତି ଦେବାଶିଷ ପ୍ରଧାନଙ୍କ ସଂଯୋଜନାରେ ଏହି ବୈଠକରେ ତାପସ ରାଉତରାୟ, ଅମରେନ୍ଦ୍ର ରାଉତରାୟ, ରମାକାନ୍ତ ରାଉତରାୟ, ଦେବାଶିଷ ପ୍ରଧାନ, ଧୀରେନ୍ଦ୍ର ଦାସ, ବିଜୟ ଖୁଣ୍ଟିଆ, ପୁରୁଷୋତ୍ତମ ଖୁଣ୍ଟିଆ, ପବିତ୍ର ଦାସ, ଗିରିଧାରୀ ଗୋଚ୍ଛାୟତ, ତୁଷାର ସାହୁ, ଦିଲ୍ଲିପ କୁମାର ମଲ୍ଲିକ, ଅନିରୁଦ୍ଧ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ