ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ

ସ୍ମୃତିର ଓଡିଶା ପକ୍ଷରୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲେବାଲ କଣ୍ଟେଷ୍ଟ


#କୋଣାର୍କ(ଏନ୍‌.ଏମ୍‌.): ସ୍ମୃତିର ଓଡିଶା ଚାରିଟେୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଆସନ୍ତା ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଭାରତର ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କ ସମେତ ୧୪ଟି ଦେଶର ପ୍ରତିଯୋଗୀ ସାମିଲ ହୋଇ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ । ସ୍ମୃତିର ଓଡିଶା ପକ୍ଷରୁ କୋଭିଡ କଟକଣା ସମୟରେ ଭର୍ଚୁଆଲ ମାଧ୍ୟରେ ପ୍ରତିଯୋଗୀତା କରାଯାଇ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ନଭେମ୍ବର ମାସର ଦ୍ୱିତୀୟ ସପ୍ତାହରେ ପ୍ରତିଯୋଗୀମାନଙ୍କୁ ନେଇ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ ଅନୁଷ୍ଠିତ ହେବ । ଏହି ଆନ୍ତର୍ଜତିକ ସ୍ତରର କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ନେତା, ଅଭିନେତା ଏବଂ କଳାରେ ରୁଚିରଖୁଥିବା ଲୋକପ୍ରିୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିସେସ୍ ଓ ମିସ୍ ଇଣ୍ଡିଆ ଗ୍ଲୋବାଲ କଣ୍ଟେଷ୍ଟ ଫାଇନାଲ କଣ୍ଟେଷ୍ଟ ସମ୍ପର୍କରେ ଗଣମାଧ୍ୟମକୁ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା । ଏହି ଆନ୍ତର୍ଜାତିକ ସ୍ଥରର କାର୍ଯ୍ୟକ୍ରମ ସମ୍ପର୍କରେ ଟ୍ରଷ୍ଟର ଜତୀୟ ସଭାନେତ୍ରୀ ସଂଗୀତା ମହାପାତ୍ର, ଚେୟ୍ୟାରମେନ ତଥା ବରିଷ୍ଟ ଦଇତାପତି ରାମଦାସ ମହାପାତ୍ର, ଅବସରପ୍ରାପ୍ତ ପ୍ରଶାସକ ତଥା ଉପଦେଷ୍ଟା ବିନୋଦ କୁମାର ପଣ୍ଡା, ଜିତେନ ଅପରାଲ ଷ୍ଟୁଡିଓର ଏମ.ଡି. ଜାହିଦ ଅହମଦ, ଷ୍ପଟ୍ ଲାଇଟ ଏଣ୍ଟରଟେଣ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଚନ୍ଦନ କୁମାର ଚାନ୍ଦୁଲ୍ୟ, ଉପଦେଷ୍ଟା ଡକ୍ଟର ଚିଦାତ୍ମିକା ଖଟୁଆ ଓ ଟ୍ରଷ୍ଟର ପ୍ରତିଷ୍ଠାତା ଡକ୍ଟର ରଜନୀକାନ୍ତ ମିଶ୍ର ପ୍ରମୁଖ ଏହାକୁ ପରିଚାଳନା କରୁଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *