ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ

ସ୍ଥାୟୀ ନିଯୁକ୍ତି ଦାବିକରି ଆୟୁଷ ଡାକ୍ତର ଅସହଯୋଗ ଆନ୍ଦୋଳନ


କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କ ସ୍ଥାୟୀ ନିଯୁକ୍ତି ଦାବି କରି ଗତ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ କର୍ତ୍ତବ୍ୟରେ ରହି ‘ଅସହଯୋଗ ଆନ୍ଦୋଳନ’ ଜାରିରଖିଛି ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ୍ । ଦୀର୍ଘ ୧୪ ବର୍ଷ ଧରି ରାଜ୍ୟରେ ଥିବା ସମସ୍ତ ପିଏଚସି ଓ ସିଏଚସିରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ସ୍ଥାୟୀ ନିଯୁକ୍ତି ଦାବି କରି ନିଜ ନିଜ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସହଯୋଗ ଆନ୍ଦୋଳନ କରୁଛନ୍ତି । କବଳ ଆୟୁଷ ଓପିଡି ଛଡା ଆଲୋପାଥି ଲେଖୁନାହାନ୍ତି କି ଅନ୍ୟ କୌଣସି ସରକାରଙ୍କ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ରାଜ୍ୟର ଥିବା ସମସ୍ତ ପ୍ରାଥମିକ ଏବଂ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଠିକା ଆୟୁଷ ଡାକ୍ତରମାନେ ସ୍ୱଳ୍ପ ଦରମାରେ ଦୀର୍ଘ ୧୪ ବର୍ଷ ଧରି ନିରବଛିନ୍ନ ଭାବେ ବିଭିନ୍ନ ପ୍ରତିକୁଳ ପରିସ୍ଥିତିର ସମ୍ମୁଖୀନ ହୋଇ ସେବା ଯୋଗାଇ ଆସୁଛନ୍ତି । ଏତଦ ବ୍ୟତିତ ରୋଗୀ ସେବା ସହିତ ମମତା ଦିବସ, ଟୀକାକରଣ, ବନ୍ୟା ଓ ବାତ୍ୟା ଓ ମହାମାରୀ କରୋନା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେବା କରିଆସୁଛନ୍ତି । ଗତ ୨ ବର୍ଷ ହେଲାଣି କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧା ଭାବେ କୋଭିଡ କେୟାର ହୋମ ଓ କୋଭିଡ ସେବା କେନ୍ଦ୍ରରେ ପରିବାର ଠାରୁ ଦୂରରେ ରହି ନିଜ ଜୀବନକୁ ବାଜି ଲଗାଇ ସେବା କାର୍ଯ୍ୟ କରିଛନ୍ତି । ଦୁଖଃ ଓ ପରିତାପର ବିଷୟ ସରକାର ଏଭଳି ସ୍ଥିତିରେ ଆୟୁଷ ଡାକ୍ତରଙ୍କ ଦାବି ପ୍ରତି ସମ୍ପୂର୍ଣ ଉଦାସୀନ ରହୁଥିବାରୁ ଅଲ ଓଡିଶା ଆୟୁଷ ଡାକ୍ତର ଆସୋସିଏସନ୍ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛି । ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆୟୁଷ ଡାକ୍ତରମାନେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶାନ୍ତିବୂର୍ଣ୍ଣ ଭାବେ ଗାନ୍ଧୀ ନୀତିକୁ ଆପଣେଇ କର୍ତ୍ତବ୍ୟରେ ରହି ‘ଅସହଯୋଗ ଆନ୍ଦୋଳନ’ ଜାରିରଖିବେ ବୋଲି ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *