ସେତୁ ବିଶେଷଜ୍ଞ ସଦସ୍ୟଙ୍କ କଟକ ଜିଲ୍ଲା ଗ୍ରସ୍ତ

ସେତୁ ବିଶେଷଜ୍ଞ ସଦସ୍ୟଙ୍କ କଟକ ଜିଲ୍ଲା ଗ୍ରସ୍ତ

ସେତୁ ବିଶେଷଜ୍ଞ ସଦସ୍ୟଙ୍କ କଟକ ଜିଲ୍ଲା ଗ୍ରସ୍ତ


କଟକ(ଏନ୍‌.ଏମ୍‌.) : ଜିଲ୍ଲା ଗ୍ରାମ୍ୟନିର୍ମାଣ ବିଭାଗ ଅଧୀନରେ ଏବେ ଚାଲୁ ରହିଥିବା ବିଜୁ ସେତୁ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର କାର୍ଯ୍ୟକାରିତା ଉପରେ ସେତୁ ବିଶେଷଜ୍ଞ କମିଟିର ୨ଜଣ ସଦସ୍ୟଙ୍କ କଟକ ଜିଲ୍ଲା ଗ୍ରସ୍ତ କରି ଏବେ ଚାଲୁରହିଥିବା କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ସ୍ଥାନୀୟ ନୂଆବଜାର ସ୍ଥିତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସଦସ୍ୟ ପ୍ରଦୀପ କୁମାର ସାମଲ ଓ ଶିବାନନ୍ଦ ନାୟକ ଉପସ୍ଥିତ ରହି ଊଭୟ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ୧ ଓ ୨ର ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ଗତ ୨୦୨୩-୨୪ ଓ ୨୦୨୪-୨୫ ବର୍ଷରେ ସରକାରଙ୍କ ଠାରୁ ମିଳିଥିବା ଅର୍ଥକୁ ବିନିଯୋଗ କରି କେତୋଟି ସେତୁ ନିର୍ମାଣ କରାଯାଇଛି ଓ ନିର୍ମାଣଧୀନ ସେତୁର କାର୍ଯ୍ୟ ସମ୍ପର୍ଣ୍ଣ ପାଇଁ ସେମାନେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୋମନାଥ ପରିଡାଙ୍କ ସମେତ ଡିଭିଜନ ୨ର ନିର୍ବାହୀ ଯନ୍ତ୍ରୀ ଅଭିଷେକ ସ୍ୱାଇଁ, ଡିଭିଜନ୧ର ନିର୍ବାହୀ ଯନ୍ତ୍ରୀ ସୋନାଲୀ ନନ୍ଦ, ଚିନ୍ମୟୀ ପଳେଇ, ମାନସୀ ଚୌଧୁରୀ, ଉର୍ମି ପ୍ରିୟଦର୍ଶିନୀ, ସଂଜୀବ ରାୟ ପ୍ରମୁଖ ଉପସ୍ଥିତ ରହି ଏବେ ଚାଲୁରହିଥିବା ପୋଲ କାର୍ଯ୍ୟର ସ୍ଥିତି ଉପରେ କମିଟି ସଦସ୍ୟଙ୍କୁ ଅବଗତ କରାଇଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ