ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

News From B. Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍‌ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକିରୀ ହରାଇବାର କାରଣ ପାଲଟିଛି ।ସେହି ସମୟରେ ସିଏସଏମ ଟେକର କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ ସହ ସମନ୍ୱୟ ଏବଂ ସମର୍ଥନ ଦେବା ପାଇଁ ମେଧା – କେସିଏସଏମ ଟେକେର ଯୋଗଦେଇଛି, ଯାହାକି କମ୍ପାନୀର ପ୍ରଥମ ଅଣ-ମାନବ କର୍ମଚାରୀ । ମାନବ କର୍ମଚାରୀ ସହିତ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ଏକିକୃତ କରିବାର କାରଣ ହେଉଛି ସିଏସଏମ ଟେକ ଦର୍ଶାଇବାକୁ ଚାହେଁ ଯେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ମାନବ ସମ୍ବଳର ବିକଳ୍ପ ନୁହେଁ, ବରଂ କାର୍ଯ୍ୟ କ୍ଷେତ୍ରରେ ଏହାର ଉପଯୋଗ ମାନବ ସମ୍ବଳକୁ ନିଶ୍ଚିତ ଭାବେ ସମର୍ଥନ ପ୍ରଦାନ କରିବ । ମେଧା କେ ପରି କୃତିମ ବୁଦ୍ଧି ମାନବ ସମ୍ବଳକୁ କାର୍ଯକ୍ଷେତ୍ରରେ ଉତ୍ସାହିତ କରିବ ଏବଂ ଏହା ପରସ୍ପରର ସାମର୍ଥ୍ୟ ବୃଦ୍ଧିକରିବା ସହିତ ଉଭୟଙ୍କ କାର୍ଯ୍ୟ ସଂପନ୍ନ କରିପାରିବ । ମେଧାକେ ହେଉଛି ଏକ ଜ୍ଞାନ ସହାୟକ ସାଧନ ଯାହାକି ଚାଟ ଜିପିଟି ସହ ଏକୀକୃତ ହୋଇ ସିଏସ୍‌ଏମର ଆଭ୍ୟନ୍ତରୀଣ କର୍ମଚାରୀମାନଙ୍କୁ ସାହାଯ୍ୟ କାରିବ । କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ହେଉଛି ପ୍ରାକୃତିକ ଭାଷାପ୍ରକ୍ରିୟା କରଣ ଚାଟବଟ ଭାବେ ଜଣା, ଆପଣ ପ୍ରଦାନ କରୁଥିବା ପ୍ରମ୍ପଟ ବା କି ଓାର୍ଡକୁ ଆଧାର କରି ଏହା ପାଠ ବୁଝିପାରେ ଏବଂ ଲେଖା ସୃଷ୍ଟି କରିପାରେ । ମେଧାକେ ହେଉଛି ମାନବ- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ୍ସଯିଏ ଭାଷା ପ୍ରତିକୃତୀକୁ ସୁକ୍ଷ୍ମଭାବରେ ସଜାଇ ପାରିବ, ମାନବଙ୍କ ମତାମତକୁ ଅନ୍ତର୍ଭୁକ୍ତ କରିପାରିବ ଏବଂ ସମସ୍ତଙ୍କ ପାଇଁ ନିରବିହୀନ ଅଭିଜ୍ଞତାକୁ ନିଶ୍ଚିତ କରିବାକୁ ସବୁଠାରୁ ପ୍ରଭାବଶାଳୀ ଶିକ୍ଷଣ ପ୍ରଣାଳୀଗୁଡିକ ନିୟୋଜିତ କରିପାରିବ । ସିଏସଏମ ଟେକର ପ୍ରତିଷ୍ଠାତା ତଥା ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟଦର୍ଶୀନାନୁ ପାଣି କୁହନ୍ତି, ଆଗାମୀ ଭବିଷ୍ୟତ ହେଉଛି ସହଯୋଗୀ ବୁଦ୍ଧିର, ଯେଉଁ ଠାରେ ମଣିଷ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପରସ୍ପରର ଶକ୍ତିକୁ ସଂପନ୍ନ ଏବଂ ଜ୍ଞାନ ବୃଦ୍ଧିକରିବା ପାଇଁ ଏକତ୍ର କାମ କରିବେ । ଆମର ମେଧାକେ ଚାଟବକ୍ସ ସାଧନହେଉଛି ଏକ ସାକ୍ଷ୍ୟ ଯାହାକି ମାନବ – କୃତିମ ବୁଦ୍ଧି (ଆର୍ଟିଫିସିଆଲ ୍‌ଇଣ୍ଟେଲିଜେନ୍ସ) ସମନ୍ୱୟର ସମସ୍ତ ସମ୍ଭାବନାର ଏକ ନୂତନ ଅଧ୍ୟାୟ ଖୋଲିପାରିବ । ଉତ୍ପାଦ କେନ୍ଦ୍ରିକ କୃତିମବୁଦ୍ଧି (ଆର୍ଟିଫିସିଆଲ୍‌ଇ ଣ୍ଟେଲିଜେନ୍ସ) ବେଶ ବିକାଶଶୀଳ ହୋଇଥାଏ ଏବଂ ସମାଧାନର ମାର୍ଗ ପ୍ରଦାନ କରିଥାଏ ।
ମେଧାକେ ହେଉଛି ଏକ ଉତ୍ତମ ପାଠ୍ୟ –ଉତ୍ପାଦକ ସାଧନ ଯାହା ସିଏସ୍‌ଏମ ନୀତି ବିଷୟବସ୍ତୁ ସହିତ ଜଡିତ ଏବଂ ସଂସ୍ଥାର ଜଟିଳ କାର୍ଯ୍ୟକଳାପକୁ ମଧ୍ୟ ବୁଝିପାରିବ । ଆହୁରି ମଧ୍ୟ ଏହା ବ୍ୟକ୍ତିବିଶେଷଙ୍କୁ ଚିହ୍ନିବା ପାଇଁଏ ହାକର୍ମଚାରୀଙ୍କ ଡାଟାବେସ ସହିତ ଏକୀଭୂତ ହୋଇଛି ଏବଂ କର୍ମଚାରୀଙ୍କ ଉପସ୍ଥାନ, ଛୁଟି, ତାଲିମ, ଭ୍ରମଣ ଆଦି ଭଳି ଅତିରିକ୍ତ ତଥ୍ୟ ଏକିକୃତ କରିପାରିବ । ଭବିଷ୍ୟତରେ, ବିକ୍ରୟ ଏବଂ ବ୍ୟାପାର ଭଳି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମେଧାକେ ଏକ ଉପଯୋଗୀ ସାଧନ ହୋଇପାରିବ । ଆଗାମୀ ଦିନମାନଙ୍କରେ ପ୍ରତିଛବି, ପାଠ୍ୟ ବିନ୍ୟାଶ ଏବଂ ଭିଡିଓ ପ୍ରକ୍ରିୟାକରଣ ଭଳି ଉନ୍ନତ କାର୍ଯ୍ୟକଳାପ ଏହି ସାଧନ ମାଧ୍ୟମରେ କରାଯାଇ ପାରିବ । ଏହି ସବୁ ସାମର୍ଥ୍ୟ ମେଧାକେକୁ ଅମୂଲ୍ୟ ସହାୟତା ପ୍ରଦାନକରିବାରେ ସଶକ୍ତକରେ । ମେଧାକେ ହେଉଛି ବୁଦ୍ଧିର ଏକ ଚମତ୍କାର ପରିକଳ୍ପନା, ଯାହାକି ଯେ କୌଣସି ସାଙ୍ଗଠନିକ ସ୍ଥିତିରେ ଏକ ବହୁମୂଲ୍ୟ ସମ୍ପତ୍ତି ଭାବେ ପରିଗଣିତ ହେବ । ମାନବ ଚିନ୍ତାଧାରାକୁ ଅନୁକରଣ କରିବାର ଏହାର ଉଲ୍ଲେଖନୀୟ କ୍ଷମତା ରହିବା ସହିତ, ମେଧାକେ ତଥ୍ୟ ବିଶ୍ଳେଷଣ କରିପାରେ ଏବଂ ଅନ୍ତର୍ନିହିତ ତଥ୍ୟବାହର କରିପାରେ ଯାହା ହାତରେ ଥିବାକାର୍ଯ୍ୟ ପାଇଁ ନିର୍ଦ୍ଦିଷ୍ଟଧାରାକୁ ସର୍ବୋତ୍ତମ କରିଥାଏ । ମାନବ କର୍ମଚାରୀଙ୍କ ଭଳି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କେବେ ବି ଶାରୀରିକ ଭାବେ କ୍ଲାନ୍ତହୁଏ ନାହିଁ, ତେଣୁଯେ ପର୍ଯ୍ୟନ୍ତ ଆପଣ ଚାହିଁବେ ଏହା ଆପଣଙ୍କୁ ସୂଚନାପ୍ରକ୍ରିୟାକରଣ ଏବଂ ବିଷୟ ବସ୍ତୁ ସମ୍ବନ୍ଧୀୟ ପ୍ରତିକ୍ରିୟା ପ୍ରଦାନ କରିପାରିବ । ଏହି ଜ୍ଞାନ ସହାୟକ ପୁନରାବୃତ୍ତି ଏବଂ ସାଂପ୍ରତିକ କାର୍ଯ୍ୟଗୁଡିକୁ କରିବା ପାଇଁ ସର୍ବୋତ୍ତମ ।ପ୍ରାଥମିକ ପ୍ରଶ୍ନଗୁଡିକର ସଠିକ ପ୍ରତିକ୍ରିୟା ସହିତ, ଏହି କୃତିମ ବୁଦ୍ଧି ସାଧନ ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇଥାଏ । ଏପରିକି ମାନବ ସମ୍ବଳର ବିନାହସ୍ତକ୍ଷେପରେ ମେଧାକେ ଭାଷାର ପ୍ରତିକୃତି ବା ମଡେଲ ବ୍ୟବହାର କରିଗ୍ରାହକଙ୍କ ପ୍ରଶ୍ନର ସଠିକ୍ ଉତ୍ତର ପ୍ରଦାନ କରିପାରିବ । ଭବିଷ୍ୟତରେ କୃତିମ ବୁଦ୍ଧି ଏବଂ ମାନବ ସମ୍ବଳ ସମନ୍ୱୟରେ ସିଏସଏମ ଟେକେ ମେଧାକେକୁ ନୂତନ ବୈଶିଷ୍ଟ୍ୟ ସହିତ ଭଏସ୍ ଓଭର୍ (ସ୍ୱରମାଧ୍ୟମ) ପ୍ରୟୋଗକରି ଏହାକୁ ନବୀକରଣ କରିବାକୁ ଯୋଜନା କରିଛି ଯେଉଁ ଠାରେ ଯେକୌଣସି ଉପଭୋକ୍ତା କୌଣସି ପାଠ ନଲେଖି ଯାହାଚାହିଁବେ ତାହା କଥା କହିବା ସ୍ୱର ମାଧ୍ୟମ ବ୍ୟବହାର କରି ଖୋଜି ପାରିବେ । ଏହିସାଧନରେ ଅଧିକ ତଥ୍ୟ ପ୍ରଦାନକରିବା ଚାଟବଟକୁ ଉଚ୍ଚ-ପ୍ରଶିକ୍ଷକ ପ୍ରଦାନକରି ସନ୍ଧାନ କାର୍ଯ୍ୟକାରିତା ମଧ୍ୟ ଉନ୍ନତ କରାଯାଇ ପାରିବ । କମ୍ପାନୀ ଏକ ଡୋମେନ୍ – ଏଗ୍ନୋଷ୍ଟିକ ଅଫର ଷ୍ଟାକ ନିର୍ମାଣ କରିଛି ଯାହାକି ଇଣ୍ଟିଗ୍ରେଟୋର (ମାଇନିଂ), ଟର୍କ(ଟୁରିଜିମ୍‌) ଏବଂ ଏଗ୍ରିଗେଟ୍‌(କୃଷି) ଦ୍ୱାରା ଜନବହୁଳ ଏହିପରି ଅଭିନବ ଅଫର ସହିତ ସିଏସ୍‌ଏମ ଟେକ୍ ଉଦ୍ୟୋଗଗୁଡିକ ସେମାନଙ୍କର ଡିଜିଟାଲ ରୂପାନ୍ତର ଯାତ୍ରାକୁ ତ୍ୱାରାନ୍ୱିତ କରିବାରେ ସାହାଯ୍ୟ କରୁଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *