ସିଏମସି ୨୭ନମ୍ବର ୱାର୍ଡରେ ବିଜେଡିର ନିର୍ବାଚନ ସଭା


#କଟକ(ଏନ୍‌.ଏମ୍‌.): ସିଏମସି ୨୭ ନମ୍ବର ୱାର୍ଡ଼ ହରିପୁର ଓ ରାଉସାପାଟଣା ମଧ୍ୟ ଭାଗରେ ବିଜେଡି ତରଫରୁ ଏକ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କଟକ ଜିଲ୍ଲା ବିଜେଡି ଉପସଭାପତି ଲିଙ୍ଗରାଜ ହାତୀ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପ୍ରଚାର ପ୍ରସାର କରିବା ସହିତ ସାଧାରଣ ଭୋଟରକୁ ବିଜେଡି ସପକ୍ଷରେ ମତଦାନ ଦେବାକୁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବାରବାଟୀ-କଟକ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ଇତିଶ୍ରୀ ଦାସ, ରାଜ୍ୟ ସମ୍ପାଦକ ମହମ୍ମଦ ସକିଲ, ଅଧିକାରୀ ପ୍ରତାପ ଚନ୍ଦ୍ର ଦାସ, ଶିବ ବଜାର ସଭାପତି ଅତୁଲ ଚନ୍ଦ୍ର ନନ୍ଦୀ, ଦୁର୍ଗା/କାଳୀ ପୂଜା କମିଟି ସଭାପତି ଦିଲୀପ ଦାସ, ମହାଦେବ ପୂଜା କମିଟି ସମ୍ପାଦକ ଇଂ. ଜ୍ୟୋତିଷ ଦାସ, ୱାର୍ଡ ସଭାପତି ଡ.ପ୍ରବୀଣ ବରାଳ, ହରିପୁର ମହନ୍ତ ସନାତନ ସ୍ୱାଇଁ, ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ସଭାପତି ଚନ୍ଦନ ହାତୀ, ସମ୍ପାଦକ ବିକ୍ରମ ଛାଟୋଇ ଉପେନ୍ଦ୍ର ବେହେରା, ନନ୍ଦୁ ବିଶ୍ୱାଳ, ଜଗନ ମହାରଣା, ହିମାଂଶୁ ପୃଷ୍ଟି, ଟିମା ବିଶୋଇ, ଅମର ଦାସ, ଧଣ୍ଡୁ ଦାସ, ପରମାନନ୍ଦ ସେନ, ବିଷ୍ଣୁ ଚରଣ ଦାସ, ହାଡିବନ୍ଧୁ ସ୍ୱାଇଁ, କାହ୍ନୁ ଜେନା, ଗୋବିନ୍ଦ ପ୍ରଧାନ, ବବୁଲ ସ୍ୱାଇଁ, ଅଶୋକ ଦାସ, ବାବୁ ବେହେରା, ସଚିନ ଦାସ, ବିଟୁ ସ୍ୱାଇଁ, ଶଙ୍କର ମହାରଣା, ହରେକୃଷ୍ଣ ମୁଳିଆ, ଜଗତ ଜ୍ୟୋତି ପଟନାୟକ, ଜ୍ଞାନେନ୍ଦ୍ର ମହାରଣା, ଧୀରେନ ଦାସ, ଚୟନି ଦାସ, ପ୍ରସାଦ ଜେନା, ରୋହିତ ଜେନା, ରଞ୍ଜିତ ସ୍ୱାଇଁ, ରାହୁଲ ସ୍ୱାଇଁ, ଗୁରୁଦେବ ମହାରଣା, ଗୋପାଳ ସେନ, ଅଞ୍ଜୁ ସେନ, ଚିଣ୍ଟୁ ସେନ, ବସନ୍ତ ସେନ, ମନିଆ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *