ସିଏମସି ୨୫ ଏବଂ ୩୪ ୱାର୍ଡ଼ରେ ବିଜେପିର ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ

ସିଏମସି ୨୫ ଏବଂ ୩୪ ୱାର୍ଡ଼ରେ ବିଜେପିର ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ‘ଅମୃତ ଭାଟିକା’ ନିମନ୍ତେ ଦେଶର ପ୍ରତ୍ୟେକ ଅଞ୍ଚଳର ସହିଦ ପରିବାର, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ଧାର୍ମିକ ସ୍ଥଳରୁ କଳସ ମାଧ୍ୟମରେ ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ପଠାଇବାର ବ୍ୟବସ୍ଥା କରାଯାଉଛି । ଏହି ଅବସରରେ କଟକ ମହାନଗରର ୨୫ ନମ୍ବର ୱାର୍ଡ ଏବଂ ୩୪ ନମ୍ବର ୱାର୍ଡ଼ରେ ରେ ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଦ୍ୱାରା ମାଟି ସଂଗ୍ରହ କରାଯାଇଥିଲା । ବଢ଼େଇସାହି ଯୁଗଳ କିଶୋର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ପରେ ଏହା ୭୨ ମଠ ଗଣେଶ ମନ୍ଦିର, ହରିଜନ ସାହି, ଥୋରିଆ ସାହି, ନାୟକ ସାହି, ବଣିଆ ସାହି, ବାଶୁଳୀ ସାହି, ମାଛୁଆ ବଜାର, କୁମ୍ଭାର ସାହି, ଯାଚକ ଲେନ୍‌, ବେପାରୀ ସାହି, ମଣିସାହୁ ଛକ ଦେଇ ଅମରେଶ୍ୱର ମନ୍ଦିରରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା, ହେମନ୍ତ ବେହେରା, ବିଜୟ ଦଳେଇ, ନିତାଇ ଗୌର ମହାନ୍ତି, ଅମ୍ବିକା ସାମଲ, ନନ୍ଦ କିଶୋର ଜେନା, ଭି.ସ୍ୱାତୀ, ଅମୂଲ୍ୟ କୁମାର ସାହୁ, ତ୍ରୀଦୀପ ସିହ୍ନା, ରଞ୍ଜିତା ନାୟକ, କାଳୀ ପ୍ରସାଦ ମହାନ୍ତି, ରିତା ମହାପାତ୍ର, ସ୍ୱାଧିନ ମହାନ୍ତି, ପୂର୍ଣ୍ଣବାସୀ ମହାପାତ୍ର, ଶିବ ନାୟକ, ବିଜୟ ସେଠୀ, ଭୀମସେନ ସାହୁ, ରଞ୍ଜିତ ମହାପାତ୍ର, ଏନ୍‌. ଫଗୁଆ, ଅନ୍ନଦା ଦାସ, ସୁନୀଲ ଦ୍ୱିବେଦୀ, ସ୍ମୃତିରଞ୍ଜନ ମିଶ୍ର, ପ୍ରସନ୍ନ ପ୍ରଧାନ, ସୌମ୍ୟ ଷଡ଼ଙ୍ଗୀ, ସରୋଜ ରାଉତ, ଦୀପକ କାହାଳୀ, ରଞ୍ଜନ କୁମାର ବେହେରା, ହେମନ୍ତ ବିଶ୍ୱାଳ, ପୁଷ୍ପଲତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *