ସାଲେପୁର କଟକ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ଗୁରୁତର

ସାଲେପୁର କଟକ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ଗୁରୁତର

ସାଲେପୁର କଟକ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ଗୁରୁତର

ସାଲେପୁର(ଏନ୍‌.ଏମ୍‌.): କଟକ ସାଲେପୁର ରାସ୍ତାର ନାଳିଆ ମୁହଁ ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ସୂଚନା ଅନୁଯାୟୀ ସଂଧ୍ୟା ପ୍ରାୟ ୫ଟା୩୦ ମିନିଟ ସମୟରେ ଧବଳେଶ୍ୱର ନାମକ ଏକ ଯାତ୍ରୀବାହୀ ବସ ୨ଜଣ ବାଇକ ଆରୋହୀଙ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଖବର ପାଇ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଇକ ଆରୋହୀ ଦ୍ୱୟଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତର ଖାନା (ଏସସିବି)କୁ ପଠାଇଥିବା ଜଣାପଡ଼ିଛି। ତେବେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କ ମଧ୍ୟରେ ଜଣେ ବିଜୟ କୁମାର ଓଝା ଓ ଅନ୍ୟଜଣେ ଗଣେଷ ମହାପାତ୍ର ବୋଲି ଜଣାପଡ଼ିଛି। ଉଭୟେ ଏକ ବୀମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଏଭଳି ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ପୁଲସ ଘଟଣାସ୍ଥଳରେ ପଡ଼ିଥିବା ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ ସ୍ୱାସ୍ଥ୍ୟ