ସାମ୍ବାଦିକଙ୍କ ପିତୃ ବିୟୋଗ

ସାମ୍ବାଦିକଙ୍କ ପିତୃ ବିୟୋଗ


ଚୌଦ୍ୱାର(ଏନ୍‌.ଏମ୍‌.): ଏକୈଶ୍ୱରବାଦର ପ୍ରବର୍ତ୍ତକ, ସର୍ବ ପ୍ରଥମ ହାତଲେଖା ସମ୍ବାଦପତ୍ର ‘କୁଜିବର ପତ୍ର’ର ପ୍ରଣେତା ମହାନ୍ ସନ୍ଥ ସାଧୁସୁନ୍ଦର ଦାସ( ସୁନ୍ଦରା ବାବା)ଙ୍କ ଶିଷ୍ୟ ପରିବାରର ସଦସ୍ୟ ତଥା ସାମ୍ବାଦିକ ମହେନ୍ଦ୍ର ବିଶ୍ୱାଳଙ୍କ ପିତା କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଗତ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱର୍ଗତ ବିଶ୍ୱାଳ ଜଣେ ବନ୍ଧୁ ବତ୍ସଳ, ସେବା ପରାୟଣ, ପରୋପକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ଥିଲେ । ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ରେ ବହୁ ସାମାଜିକ, ସାଂସ୍କୃତିକ ତଥା ଶିକ୍ଷାନୁଷ୍ଠାନ ସହିତ ସେ ଜଡ଼ିତ ରହିବା ସହିତ ଅଞ୍ଚଳରରେ ବହୁ ଜନହିତକର କାର୍ଯ୍ୟରେ ସେ ସାମିଲ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ସୁନ୍ଦରା ଭକ୍ତ, ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ତଥା ପ୍ରଶଂସକ ତାଙ୍କ କୁଜିବରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ସୁନ୍ଦରାବାବଙ୍କ ପୀଠକୁ ନିଆ ଯିବା ପରେ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ବଡ଼ପୁଅ ଲିଙ୍ଗରାଜ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ମଧ୍ୟମ ପୁତ୍ର ସାମ୍ବାଦିକ ମହେନ୍ଦ୍ର ବିଶ୍ୱାଳ, କନିଷ୍ଠ ପୁତ୍ର ଲକ୍ଷ୍ମୀଧର, ପୁତ୍ରବଧୂ, ନାତି ନାତୁଣି ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *